Site icon UTKAL PRATIDIN

ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ

photo_6267028481334425271_y

ଓଡ଼ିଶାର ପୁରୀ ଜିଲ୍ଲା ପିପିଲି ଚାନ୍ଦୁଆ ଶିଳ୍ପର ଆହୁରି ବିକାଶ ହେବ । ଓଡ଼ିଶାର ପରିଚୟ ପାଲିଟିଥିବା ପିପିଲି ଚାନ୍ଦୁଆ ବିଶ୍ୱସ୍ତରରେ ଆହୁରି ପ୍ରସିଦ୍ଧି ଲାଭ କରିବ । ଏ ନେଇ ବଡ଼ ଯୋଜନାର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ । ଏହାର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଫାଇଭ-ଟି ସଚିବ । ଲୋକଙ୍କ ପାଖକୁ ଯାଇ ପିପିଲିବାସୀଙ୍କ ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ । ଏହି ସମୟରେ ତାଙ୍କୁ ରାକ୍ଷୀ ପିନ୍ଧାଇଦେଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରି ଆସନ୍ତା ସାତ ଦିନ ତଥା 25 ତାରିଖ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବି ପୂରଣ କରାଯାଇ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସଠିକ୍ ବିନିଯୋଗ କଲେ ଆଗକୁ ଅଧିକ ଅନୁଦାନ ମିଳିବ ବୋଲି କହିଛନ୍ତି ଫାଇଭ-ଟି ସଚିବ । ଦିନେ ଦୁଇଦିନ ମଧ୍ୟରେ ପିଇବା ପାଣି ସମ୍ପର୍କିତ ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ପ୍ରତି ସରକାରୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଆମାନଙ୍କୁ ସାମିଲ କରୁଛନ୍ତି । ଫଳରେ ମାଆମାନେ ସ୍ୱାବଲମ୍ବୀ ହୋଇ ଘର ଚଳାଉଛନ୍ତି । ଏହା ସହ ବିଏସକେଓ୍ବାଇ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି । ଏହା ମାଧ୍ୟମରେ ଦେଶର ବଡ଼ ବଡ଼ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି । ଚାଷୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି । ଫସଲ ବୀମା ପ୍ରିମିୟମ ଚାଷୀଙ୍କୁ ଦେବାକୁ ପଡ଼ୁନାହିଁ । ସେହିପରି ଫାଇଭ-ଟି ସ୍କୁଲ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି ବୋଲି ଫାଇଭ-ଟି ସଚିବ କହିଛନ୍ତି ।

Exit mobile version