
ଖାଉଟିଙ୍କ ପକେଟ ଉପରେ ପଡ଼ୁଛି ସିଧା ସଳଖ ପ୍ରଭାବ
ହନ୍ତସନ୍ତରେ ଜୀବନ କାଟୁଛନ୍ତି ଚାଷୀ ପରିବାର
ପରିବା ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି, ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର, କମିବାର ନାଁ ଧରୁନି, ଦରଦାମ ବୃଦ୍ଧି ସିଧାସଳଖ ପ୍ରଭାବ ପକାଉଛି ଗରିବ ଓ ମଧ୍ୟବିତ ପରିବାର ଖାଉଟିଙ୍କ ଉପରେ| ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ପରିବା ମଣ୍ଡି ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ଏ ନେଇ ଅଧିକ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର |ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଶୀତଳ ଭଣ୍ଡାର ନଥିବାରୁ ପରିବା ଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇ ପାରୁନାହିଁ | କଟକ ଓ ଭୁବନେଶ୍ୱରରେ ଖୁବ ଶୀଘ୍ର ମଣ୍ଡି ଖୋଲାଯିବ ବୋଲି କହିଛନ୍ତି ରାଜ୍ୟ ସରକାର| ମଣ୍ଡି ଖୋଲାଯିବା ଦ୍ୱାରା କୃଷକ ବେଶ୍ ଲାଭବାନ ହେବେ | କୃଷକ ତାର ଉତ୍ପାଦିତ ସମସ୍ତ ସାମଗ୍ରୀ ଏହି ମଣ୍ଡିକୁ ଆଣିବେ, ଏହି ମଣ୍ଡିରୁ ସମସ୍ତ ପରିବା ବିକ୍ରୟ କରାଯିବ | ଯାହା ଦ୍ୱାରା ଦର ନିୟନ୍ତ୍ରଣରେ ରହିବ| ୧୩୭ଲକ୍ଷରୁ ୨୦୦ ଟନ ଉତ୍ପାଦନ ରହିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ | ଆଳୁ ପିଆଜ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲୁ କହୁଛନ୍ତି ଖାଦ୍ୟ କଲ୍ୟାଣ ଓ ଯୋଗାଯୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର |