Site icon UTKAL PRATIDIN

ବଜେଟରେ ପକ୍ଷପାତିତାକୁ ନେଇ ବର୍ଷିଲା ଆପ; ଦେଲା ଓଡ଼ିଶାର ଦୃଷ୍ଟାନ୍ତ

aap_raghav_chadha_sanatan_dharma_1694525921711_1694525921933


ଆପ ଆଦମୀ ପାଟିର ମୁଖପାତ୍ର ରାଘବ ଚଡା କେନ୍ଦ୍ର ବଜେଟକୁ ନେଇ ବର୍ଷିଛନ୍ତି | ନିର୍ବାଚନରେ ଯିଏ ବିଜେପିକୁ ଭୋଟ ଦିଏନି ତାକୁ ଦଳ ଗୁରୁତ୍ୱ ଦିଏ ବୋଲି ଚଡା କହିଛନ୍ତି | ବିଜେପିକୁ ଚଡାଙ୍କର ଏପରି କଟାକ୍ଷ ବେଶ ଭାଇରଲ ହେବାରେ ଲାଗିଛି । ଚଡାଙ୍କ କହିବା ମୁତାବକ, ବିଜେପିକୁ ସମର୍ଥନ କରି ଜିତିଥିବା ରାଜ୍ୟମାନଙ୍କ ଉପରେ ବିଜେପି ଖାସ ଧ୍ୟାନ ଦିଏନି ।
ନିର୍ବାଚନରେ କମ ଭୋଟ ପାଇଥିବା ରାଜ୍ୟକୁ ଅଧିକ ଗୁରୁତ୍ୱ ଦିଏ ବିଜେପି । ଏହା ଏଥରକ ବଜେଟରୁ ସ୍ପଷ୍ଟ ଜଣା ପଡିଯାଇଛି | ଏଥର ନିର୍ବାଚନରେ ଦିଲ୍ଲୀ, ଓଡିଶା, ଗୁଜୁରାଟ, ହିମାଚଳପ୍ରଦେଶ, ଝାରଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଭଳି ରାଜ୍ୟରୁ ବିଜେପିକୁ ଅନେକ ସମର୍ଥନ ମିଳିଥିଲା | ଏମାନଙ୍କ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା । ହେଲେ, ଯେଉଁ ରାଜ୍ୟରୁ ବିଜେପିକୁ ଅଧିକ ସମର୍ଥନ ମିଳିଥିଲା ସେ ରାଜ୍ୟ ପାଇଁ ଏଥର ବଜେଟରେ କିଛି ନଥିଲା | ହେଲେ ବିହାର ଓ ଆନ୍ଧ୍ରପ୍ରଦେଶକୁ ବଜେଟରେ ବେଶ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।
ଅର୍ଥନୈତିକ ସର୍ଭେ ରିପୋଟ ଅନୁଯାୟୀ, ଦେଶରେ ଆୟ ତୁଳନାରେ ବ୍ୟୟ ବଢ଼ିବାରେ ଲାଗିଛି । ଇଏ ହେଉଛି ଆମ ଡବଲ ଇଞ୍ଜିନ ସରକାର | ବିକାଶ କେତେ ମାତ୍ରାରେ ହେବ ନାଗରିକ ମାନେ ଜାଣି ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି |

Exit mobile version