ଗତକାଲି ଆନୁଷ୍ଠାନିକ ଭାବେ ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିରୋଧି ଦଳ । ବର୍ତ୍ତମାନ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବାସ୍ତବରେ ରାହୁଲ ଗାନ୍ଧୀ ଗୁରୁବାର ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସମୟରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ମିଡିଆ ବ୍ୟକ୍ତିମାନେ ତାଙ୍କୁ ନେହେରୁ ସଂଗ୍ରହାଳୟ ବିଷୟରେ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ନେହେରୁ ଜୀଙ୍କର ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ତାଙ୍କ ନାମ ନୁହେଁ । ସେହିପରି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏହି ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଅନ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଦେଖାଇବା ପାଇଁ ନାଁ ବଦଳାଯାଇ ନାହିଁ କେବେଳ ନେହେରୁଙ୍କର ନାଁକୁ ଚାପି ଦେବା ପାଇଁ ଏପରି କରାଯାଇଛି । ସେ ଆହୁରି କହିଛନ୍ତି କି ଜବାହାରଲାଲ ନେହେରୁ ଯେଉଁ ପରି କାର୍ଯ୍ୟ କରିଛନ୍ତି ସେଭଳି କାର୍ଯ୍ୟ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ କରିନାହାନ୍ତି । ସେଥିପାଇଁ ଅତି ଚତୁରତାର ସହ ତାଙ୍କ ନାମ ପରିବର୍ତ୍ତନ କରାଯାଇଛି । ନେହେରୁ ମେମୋରିଆଲ ସଂଗ୍ରହାଳୟ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ଭାବରେ ନାମିତ କରାଯାଇଛି । ଯେଉଁଥି ପାଇଁ କଂଗ୍ରେସ ମୋଦୀ ସରକାରକୁ ଟାର୍ଗେଟ୍ କରିଛି ।