କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ ସୀତା ଦହଲଙ୍କ ଦେହାନ୍ତ ହୋଇଛି । ସୂଚନା ଅନୁସାରେ ସୀତା ଦହଲଙ୍କ ସ୍ୱାସ୍ଥ୍ୟ ବୋହୁ ଦିନ ଧରି ଠିକ୍ ନଥିଲା। ଗତ କାଲି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁନଶ୍ଚ ଅତ୍ୟଧିକ ବିଗିଡିବାରୁ ତାଙ୍କୁ ନରଭିକ୍ ଇଣ୍ଟର୍ନେସନାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, ସେ ଏକ ବିରଳ ସ୍ନାୟୁଗତ ରୋଗରେ ପୀଡିତ ଥିଲେ ।ଦୀର୍ଘଦିନ ଧରି ସେ ଆହୁରି ଅନେକ ପ୍ରକାର ରୋଗରେ ପିଡୀତ ଥିଲେ। ତାଙ୍କୁ ଡାଇବେଟିସ ଇନ୍ସ୍ପିଡ଼ସ୍- ଡାଇବେଟିସ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପ ପରି ରୋଗ ମଧ୍ୟ ଥିଲା । ଖବର ଅନୁସାରେ, ଗତକାଲି ସକାଳ ୮ ଟାରେ ସୀତା ଦହଲ ହୃଦ୍ଘାତର ଶିକାର ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରାନାରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ସେହି ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା । ସୀତା ୬୯ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୀତା ଦହଲଙ୍କ ନିଧନରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୃତଦେହକୁ ପ୍ରଥମେ ନେପାଳ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କାର୍ଯ୍ୟାଳୟରେ ରଖାଯାଇଥିବା ନେଇ ସୂଚନା ରହିଛି । ଦହଲଙ୍କର ୩ ଝିଅ ଓ ଗୋଟେ ପୁଅ । ହେଲେ ତାଙ୍କ ବଡ଼ ଝିଅ ଜ୍ଞାନୁ ଦହଲ ଓ ପୁଅ ପ୍ରକାଶ ଦହଲ ଆଗରୁ ହିଁ ପରଲୋକ ହୋଇସାରିଥିବା ବେଳେ ଏବେ ସୀତା ପ୍ରାଣ ହରାଇଛନ୍ତି।