Site icon UTKAL PRATIDIN

ନୂଆ ରୂପରେ ଆସୁଛି “କୌନ ବନେଗା କରୋଡପତି”

photo_6246649273831766591_y

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଅଗଷ୍ଟ ୧୪ରେ ଏକ ନୂଆ ରୂପରେ “କୌନ ବନେଗା କରୋଡପତି-୧୫” ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିବାକୁ ପ୍ରସ୍ତୁତ ହୋଇଯାଇଛି । କେବିସିରେ ଏଥର ବହୁତ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି। ସେଟର ଡିଜାଇନଠାରୁ ଅମିତାଭଙ୍କ ଲୁକ ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ କରାଯାଇଛି। ଅଗଷ୍ଟ ୧୪ ରାତି ୯ଟାରେ ଅମିତାଭଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା କେବିସିର ନୂଆ ଅଧ୍ୟାୟ ସୋନି ଟିଭିରେ ପ୍ରସାରିତ ହେବ। ଦର୍ଶକଙ୍କ ପାଇଁ ଏହି ରିୟାଲିଟି ସୋ କୁ ଅଧିକ ଆକର୍ଷଣୀୟ କରିବା ପାଇଁ କେବିସି ନିର୍ମାତାମାନେ ସେଟକୁ ଏକ ନୂଆ ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଶଂସକମାନେ ଏଥର ସେଟ ରେ ଏକ ପରିବର୍ତ୍ତନ ଦେଖିବେ ଯାହା ‘ଏକ୍ସ’ ଆକାରରେ ଆସିବ । କେବିସିର ସେଟ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଦେଖାଯିବ ବୋଲି କୁହାଯାଇଛି । କୌତୁହଳର ବିଷୟ ଏହାକି, ଏଥର ଶୋ’ରେ ଏକ ନୂଆ ଲାଇଫ ଲାଇନ ରହିବ, ଯଦିଓ ଏହା ପୁରୁଣାକୁ ବଦଳାଇବ କି ପୂର୍ବ ଲାଇଫ ଲାଇନ ସହିତ ରହିବ ତାହା ଦେଖିବାକୁ ବାକି ରହିଲା। ଅମିତାଭଙ୍କ ଦ୍ୱାରା ‘ଡୁଗଡୁଗି ଜୀ’ ନାମକ ଟାଇମର୍‌ ମଧ୍ୟ ପରିବର୍ତ୍ତନ କରାଯିବ। ବଲିଉଡ ମେଗାଷ୍ଟାର ପ୍ରମୋରେ # ନ୍ୟୁ ବେଗିନିଂସ ଘୋଷଣା କରି କହିଲେ, ୫ଜିବି ସ୍ପିଡକୁ ନବୀକରଣ କରିବାର ନୂତନ ଆଭିମୁଖ୍ୟ ସହିତ, ଏହି ନୂତନ ଯୁଗରେ ଆପଣମାନଙ୍କୁ ବହୁତ ବହୁତ ସ୍ବାଗତ..ଏହି ପୋଷ୍ଟରେ ଲେଖାଥିଲା, ଜ୍ଞାନଦାର, ଦମଦାର ଔର ଶାନଦାର ଭାବେ କୌନ ବାନେଗା କରୋଡପତି ଏକ ନୂତନ ଅବତାରରେ ଆସୁଛି। ଅମିତାଭ ବଚ୍ଚନଙ୍କ ଷ୍ଟାଇଲିଷ୍ଟ ପ୍ରିୟା ପାଟିଲ ଏହି ସିଜନର ଲୁକ ପରିବର୍ତ୍ତନ ବିଷୟରେ କହିଛନ୍ତି ଯେ କୌନ ବାନେଗା କରୋଡପତିର ୧୫ତମ ସିଜିନ ପାଇଁ ଲୁକକୁ ‘ନ୍ୟୁ’ ଏବଂ ‘ଫ୍ରେସ୍‌’ ରଖିବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ପାଟିଲ କହିଛନ୍ତି ଯେ କ୍ଲାସିକ ଲୁକ ବଜାୟ ରଖିବାବେଳେ ଆମେ ଗୋଟିଏ ପାଦ ଆଗକୁ ଯାଇ ଏଥିରେ ନୂତନ ଉପାଦାନ ଯୋଡିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗ ବି ଙ୍କୁ ଏକ ଭିନ୍ନ ରୂପ ଦେବା ପାଇଁ ଆମେ କ୍ଲାସିକ ଯୋଧପୁରୀ ଉପରେ ଏକ ଶାଲ ମଧ୍ୟ ସାମିଲ କରିଛୁ।

Exit mobile version