
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଛି ନୀତି ଆୟୋଗ ବୈଠକ | ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ଗଭର୍ଣି କାଉନ୍ସିଲର ୯ମ ବୈଠକ ଆୟୋଜିତ ହୋଇଛି | ଏଥିରେ ସବୁ ରାଜ୍ୟର ମନ୍ତ୍ରୀ ଯୋଗ ଦେଇଥିଲେ ହେଁ ୫ ଜଣ ମୁଖ୍ୟ ମନ୍ତ୍ରୀ ଯୋଗ ଦେଇ ନ ଥିଲେ | ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଏବୋ ଏଥିରେ ରାଜ୍ୟମାନଙ୍କର ସହଯୋଗ କଣ ରହିବ ସେ ଉପରେ ଆଲୋଚନା ହେବ | ହେଲେ ବୈଠକ ଆରମ୍ଭରୁ ପଶ୍ଚିମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗରେ ଉଠି ଆସିଛନ୍ତି | ବୈଠକରେ ତାଙ୍କୁ ଅପମାନିତ କରାଯାଇଥିବା ଅଜିଯୋଗ ଆଣିଛନ୍ତି ମମତା |
ମମତା କହିଛନ୍ତି, ବୈଠକରେ ତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି | ମାତ୍ର ୫ ମିନିଟ କହିବା ପରେ ତାଙ୍କୁ ବନ୍ଦ କରି ଦିଅଯାଇଥିଲା | ଏହା ତାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି |
ସେ ଅଭିଯୋଗ କରି କହିଛନ୍ତି, ତାଙ୍କ ପୂର୍ବରୁ ଯେଉଁମାନେ କହୁଥିଲେ ସେମାନଙ୍କୁ ୨୦ ମିନିଟ କହିବାକୁ ସମୟ ଦିଆଯାଉଥିଲା | ଚନ୍ଦ୍ରାବାବୁ ନାଇଡୁଙ୍କୁ ୨୦ ମିନିଟ ଦିଆଯାଇଥିବା ବେଳେ ଆସାମ, ଗୋଆ, ଛତିଶଗଡ଼ ସିଏମଙ୍କୁ ୧୦ ରୁ ବାର ମିନିଟ ଦିଆଯାଇଥିଲା | ହେଲେ ତାଙ୍କୁ ମାତ୍ର ୫ ମିନିଟ କହିବା ପରେ ବନ୍ଦ କରି ଦିଅଯାଇଥିଲା | ମମତା ଆହୁରି ଅଭିଯୋଗ କରିଛନ୍ତି, ସେ କହିବା ସମୟରେ ତାଙ୍କ ମାଇକ ବନ୍ଦ କରିଦିଆଗଲା | ପଶ୍ଚିମ ବଙ୍ଗକୁ କେନ୍ଦ୍ରୀୟ ଫଣ୍ଡ କାହିଁକି ଦିଆଯାଉନାହିଁ ବୋଲି କହୁଥିଲି |ଏହି ସମୟରେ ମୋର ମାଇକ କାଟି ଦିଆଗଲା | ଏମିତି କରିବା ଠିକ ନୁହେଁ | କାରଣ ବିପକ୍ଷ ନେତା ଭାବେ ସେ ଏକ ଥିଲେ ବୋଲି କହିଛନ୍ତି ହେଲେ ତାଙ୍କୁ ମିଳିଥିଲା ମାତ୍ର ୫ ମିନିଟ | ଏହାକୁ ବିରୋଧ କରି ବାହାରକୁ ଚାଲି ଆସିଲି ବୋଲି ଖଲିଲେ ମମତା | ନୀତି ଆୟୋଗ ବୈଠକରେ ତାମିଲନାଡୁ, କେରଳ, ପଞ୍ଜାବ, କର୍ଣାଟକ, ହିମାଚଳ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗ ଦେଇ ନଥିଲେ |