Site icon UTKAL PRATIDIN

ନୀତି ଆୟୋଗରେ ପ୍ରସ୍ତୁତ ହେବ ଭାରତର ବ୍ଲୁପ୍ରିଣ୍ଟ

narendra

ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଏହି ଆୟୋଗର ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ଗୁରୁତ୍ୱପୂର୍ଣ ବୈଠକରେ ସାମିଲ ହେବ ସହ ନିଜ ନିଜ ରାଜ୍ୟର ଉନ୍ନତି ପାଇଁ ଦାବି ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଭାରତକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବାକୁ କରାଯିବ ବ୍ଲୁ ପ୍ରିଣ୍ଟ ।୨୦୪୭ ସୁଦ୍ଧା କିପରି ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଠନ କରାଯିବ ସେନେଇ କରାଯିବ ବିସ୍ତୃତ ଆଲୋଚନା ।

ଏହି ବୈଠକରେ ସାମିଲ ହେବେନି ରାଜ୍ୟର ୭ମୁଖ୍ୟମନ୍ତ୍ରୀ ।ଏହି ବୈଠକରେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳର ମୁଖ୍ୟମନ୍ତ୍ରୀ ସାମିଲ ହେବେନି ବୋଲି ସୂଚନା ମିଳିଛି ।ତେବେ ଏହି ବୈଠକରେ ସାମିଲ ହେବା ପୂର୍ବରୁ ନୀତି ଆୟୋଗକୁ ଭାଙ୍ଗି ପୁଣିଥରେ ଯୋଜନା ଆୟୋଗ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦାବି କରିଛନ୍ତି।

ଏହି ନୀତି ଆୟୋଗରେ ଯୋଗଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗ୍ରସ୍ତରେ ଯାଇଛନ୍ତି ,ଏବଂ ରାଜ୍ୟର ଉନ୍ନତି ପ୍ରସଙ୍ଗରେ କଣ କଣ ଦାବି ରଖୁଛନ୍ତି ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

Exit mobile version