Site icon UTKAL PRATIDIN

ନିର୍ମଳାଙ୍କ ବଜେଟ ପେଡ଼ି: ଜାଣନ୍ତୁ, କାହାପାଇଁ କ’ଣ ରହିଛି

sansad


ନୂଆଦିଲ୍ଲୀ: ମୋଦି ସରକାରଙ୍କ ୩ୟ ପାଳିର ପ୍ରଥମ ବଜେଟ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି | ଏହି ବଜେଟରେ ନିର୍ମଳା ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ଅନେକ ଗୁରୁତ୍ୱପୁର୍ଣ ଦିଗ ଉପରେ ଘୋଷଣା କରିଛନ୍ତି | ସଂକ୍ଷେପରେ ଜାଣନ୍ତୁ କଣ ଅଛି ବଜେଟରେ |

ଟପ୍ ୫୦୦ କମ୍ପାନୀରେ ଏକ କୋଟି ଯୁବ ଗୋଷ୍ଠୀଙ୍କୁ ମିଳିବ ଇଣ୍ଟରନସିପିର ସୁଯୋଗ
-ବିହାରକୁ ବିଶେଷ ଗୁରୁତ୍ୱ| ବିହାରରେ ଚମକିବ ଚକାଚକ ସଡକ | ଏଥିପାଇଁ ବଜେଟରେ ରହିଛି ୨୬ ହଜାର କୋଟିର ପ୍ରାବଧାନ |
-ମହିଳା ଏବଂ ଯୁବତୀଙ୍କ ପାଇଁ ସରକାର ଆଣିବେ ଯୋଜନା | ଏଥିପାଇଁ ବଜେଟରେ ରହିତହି ୩ ଲକ୍ଷ କୋଟି ଟଙ୍କାର ପ୍ରାବଧାନ |
-ପ୍ରତି ବର୍ଷ ୨୫ ହଜାର ଛାତ୍ରଙ୍କୁ ସହାୟତା ଯୋଗାଇବା ପାଇଁ ବଜେଟରେ ମଡେଲ କୌଶଳ ଋଣ ଯୋଜନାରେ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି ସରକାର | ଘରୋଇ ସଂସ୍ଥାରେ ଉଚ୍ଚ ଶିକ୍ଷାଲାଭ ପାଇଁ ୧୦ ଲକ୍ଷ ଋଣ ପର୍ଯ୍ୟନ୍ତ ଇ-ଭାଉଚରରେ ପ୍ରତି ବର୍ଷ ୧ ଲକ୍ଷ ଛାତ୍ରଙ୍କୁ ୩ ପ୍ରତିଶତ ରିହାତିରେ ଦିଆଯିବ |

-ବନ୍ୟା ମୁକାବିଲା ପାଇଁ ୨୫ ହଜାର ବସ୍ତିରେ ହେବ ପାଣିପାଗ ଅନୁକୂଳ ରାସ୍ତା
-ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ | ଏପରିକି ଓଡିଶା ପର୍ଯ୍ୟଟନର ପ୍ରସାର ଓ ପ୍ରଚାର ପାଇଁ ସରକାର ଗୁରୁତ୍ୱ ଦେବେ ବୋଲି କୁହାଯାଇଛି |
-ପାଞ୍ଚ କୋଟି ଆଦିବାସୀଙ୍କ ପାଇଁ ଉନ୍ନତ ଗ୍ରାମ ଅଭିଯାନ
-ବଜେଟରେ MSME ଏବଂ ବିନିର୍ମାଣ କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି | ମୁଦ୍ରା ଋଣ ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

Exit mobile version