
ଶେଷ ହେଲା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ନିଟ ପେପର ଲିକ୍ ମାମଲାର ଶୁଣାଣି । ସୂଚନା ଅନୁଯାଇ କୋର୍ଟ ରାୟକୁ ପ୍ରକାଶ ନକରି, ରାୟକୁ ସଂରକ୍ଷିତ ରଖିବେ ବୋଲି ନେଲେ ନିଷ୍ପତ୍ତି ।
ଛାତ୍ରଛାତ୍ରୀମାନେ ଜୁନ ୪ ତାରିଖରେ ନିଟ ରେଜଲ୍ଟ ଆସିବା ପରେ ପ୍ରଶ୍ନପତ୍ର ଲିକ୍ ନେଇ ଆକ୍ରୋଶ ପ୍ରକାଶ କରିଥିଲେ । ଏହି ପରୀକ୍ଷାରେ ୬୭ ଜଣ ଟପ୍ପର ହୋଇଥିଲେ ଓ ଅନେକ ପରୀକ୍ଷା କେନ୍ଦ୍ରରେ ଏକାଧିକ ଟପ୍ପର ହୋଇଥିବା ସୂଚନା ମିଳିଥିଲା ।ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର କୌଣସି ପ୍ରମାଣ ନାହିଁ।ଏହାକୁ ଦୃଷ୍ଟିରେ ରଖି ପୁନଃ ପରୀକ୍ଷା ହେଲେ 24 ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ପୁନଃ ପରୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।