ଉତ୍ତରପ୍ରଦେଶର ଜଣେ ମହିଳା ନିଜ ସ୍ୱାମୀ ଙ୍କୁ ଖଟରେ ବାନ୍ଧି କୁରାଢ଼ୀ ରେ ପାଞ୍ଚ ଖଣ୍ଡରେ କାଟି ହତ୍ୟା କରିଥିଲେ l ଏହାପରେ ପୋଲିସ ସୂଚନା ପାଇ ମହିଳା ଜଣଙ୍କୁ ଗିରଫ କରିଥିଲା l ମୃତ ବ୍ୟକ୍ତି ଜଣକ ଗଜରାଉଳା ଅଞ୍ଚଳର ୫୫ ବର୍ଷୀୟା ରାମ ପାଲ ବୋଲି ଜଣା ପଡିଛି l ସୂଚନା ଅନୁଯାୟୀ, ରାମ ପାଲ ଙ୍କ ପୁଅ ସୋନ ପାଲ ପ୍ରଥମେ ତାଙ୍କ ବାପା ଙ୍କ ନିଖୋଜ ଥିବା ଖବର ପୋଲିସ କୁ ଦେଇଥିଲେ l ରାମ ପାଲଙ୍କ ପତ୍ନୀ ଦୁଲାରୋ ଦେବୀ ତାଙ୍କ ସ୍ୱାମୀଙ୍କ ସାଙ୍ଗ ସହିତ ବାହାରେ ରହିଥିଲେ ଓ ଗାଁ କୁ ଫେରିବାର କିଛି ମାସ ପୂର୍ବରୁ ତାଙ୍କ ପୁଅଙ୍କୁ ସ୍ୱାମୀ ଙ୍କ ନିଖୋଜ ହବ ବିଷୟରେ ଜଣାଇଥିଲେ l ସନ୍ଦେହକୁ ଭିତ୍ତି କରି ପୋଲିସ ଦୁଲାରୋ ଦେବୀଙ୍କୁ ଗିରଫ କରି ସ୍ୱାମୀଙ୍କୁ କେଉଁଠାରେ ରଖିଛନ୍ତି ବୋଲି ପଚରାଉଚରା କରିଥିଲା। ମୃତକଙ୍କ ପତ୍ନୀ ଏହି ଅପରାଧ କରିଥିବା ସ୍ୱୀକାର କରିଛନ୍ତି ଏବଂ ରବିବାର ରାତିରେ ସେ ଶୋଇଥିବା ସମୟରେ ରାମ ପାଲଙ୍କୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି। ସେ ନିକଟସ୍ଥ କେନାଲରେ ମୃତଦେହକୁ ଫୋପାଡି ଦେଇଥିବା ମଧ୍ୟ ପୋଲିସକୁ କହିଛନ୍ତି। ରାମ ପାଲଙ୍କ ଶରୀରର ଅଙ୍ଗଗୁଡ଼ିକୁ ଉଦ୍ଧାର କରିବା ପାଇଁ ଡାଇଭରଙ୍କ ସାହାଯ୍ୟ ଲୋଡିଥିବା ପୋଲିସ କହିଛି। ଏହି ସମୟରେ କେନାଲରେ ମୃତକଙ୍କ ରକ୍ତ ଜୁଡୁବୁଡୁ ପୋଷାକ ମିଳିଥିଲା। ଏହି ଅପରାଧର କାରଣ ବିଷୟରେ ଅଧିକ ଅନୁସନ୍ଧାନ କରୁଥିବା ପୋଲିସ କହିଛି।
ନିଜ ସ୍ୱାମୀ କୁ ୫ ଖଣ୍ଡରେ କାଟି ହତ୍ୟା କଲା ସ୍ତ୍ରୀ
