Site icon UTKAL PRATIDIN

ନିଜ ପ୍ରଚାରରେ ପାକିସ୍ଥାନକୁ ନ ଟାଣିବା ପାଇଁ ଅନୁରୋଧ କଲେ ମୁମତାଜ ଜହରା

GEHA3daaMAAEsdn_1705566493785_1705566502937

ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ବଲୁଚ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଉପରେ ଭାରତର ସମସ୍ତ ଦାବିକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି ଯେ, ଭାରତୀୟ ରାଜନେତା ମାନେ ନିର୍ବାଚନ ପ୍ରଚାରରେ ପାକିସ୍ତାନ ବିଷୟରେ କହିବା ପରି ଖରାପ ଅଭ୍ୟାସକୁ ବନ୍ଦ କରିବା ଉଚିତ ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁମତାଜ ଜହରା ବଲୁଚ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଉପରେ ଅନୁଚିତ ଦାବି କରୁଥିବା ଭାରତୀୟ ନେତାଙ୍କ ଉତ୍ତେଜନାମୂଳକ ବିବୃତ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯାହା ଚିନ୍ତାଜନକ ଅଟେ । ଏହି ଦାବିକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି । ଭାରତୀୟ ରାଜନେତାଙ୍କ ଦାବି ଭିତ୍ତିହୀନ ଏବଂ କୌଣସି ଐତିହାସିକ କିମ୍ବା ଆଇନଗତ ତଥ୍ୟର ବିପରିତ ଅଟେ ।

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ପ୍ରଚାର ସମୟରେ ଅନେକ ନେତା ପାକିସ୍ତାନକୁ ବାରମ୍ବାର ଉଲ୍ଲେଖ କରିବା ଉପରେ ପାକିସ୍ତାନ ସରକାର ଆପତ୍ତି ଜଣାଇଛନ୍ତି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚ ଭାରତୀୟ ରାଜନେତାମାନଙ୍କୁ ସେମାନଙ୍କ ପ୍ରଚାର ଭାଷଣରେ ରାଜନୈତିକ ଲାଭ ପାଇଁ ପାକିସ୍ତାନକୁ ନ ଟାଣିବାକୁ ଅନୁରୋଧ କରିଛନ୍ତି ।

Exit mobile version