
ନମାଜ ପଢ଼ିବା ସମୟରେ ଭୁସୁଡ଼ିଲା ମସଜିଦ ଉତ୍ତର-ପଶ୍ଚିମ ନାଇଜେରିଆର କଡ୍ଡୁନା ରାଜ୍ୟରେ ନମାଜ ପଢ଼ିବା ସମୟରେ ଜରିଆ କେନ୍ଦ୍ରୀୟ ମସଜିଦର ଏକ ଅଂଶ ଭୁଶୁଡି ପଡି ସାତଜଣ ମୁସଲିମଙ୍କର ମୃତ୍ୟୁ ଘଟିଥିଲା। ମସଜିଦର କିଛି ଅଂଶ ଭୁଶୁଡ଼ିବା ପରେ ୨୩ ଜଣ ଆହତ ହୋଇଛନ୍ତି l ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଦିନ ନମାଜ ପଢ଼ିବା ପାଇଁ ଶତାଧିକ ଲୋକ ମସଜିଦ ଭିତରେ ଏକାଠି ହୋଇଥିଲେ। ଜରିଆ କେନ୍ଦ୍ରୀୟ ମସଜିଦ ଜରିଆରେ ଅଛି l ଏହା ଉତ୍ତର ନାଇଜେରିଆର ସବୁଠୁ ବଡ ସହର l ରାଜ୍ୟ ଅଧିକାରୀମାନେ କହିଛନ୍ତି ଯେ ଏହି ମସଜିଦ ୧୮୩୦ ଦଶକରେ ନିର୍ମିତ ହୋଇଥିଲା। ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛନ୍ତି ଯେ, “ମସଜିଦର ଏକ ଅଂଶ ଭୁଶୁଡ଼ିବା କାରଣରୁ ୨୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆମର ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଡାକ୍ତରଖାନା ନେଇଛନ୍ତି। ସେହି ସ୍ଥାନରେ ରେକର୍ଡ ହୋଇଥିବା ଭିଡିଓରେ ଏକ ବିରାଟ ବ୍ୟବଧାନ ଦେଖାଯାଇଛି ଯେଉଁଠାରେ ଛାତର ଏକ ଅଂଶ ଭୁଶୁଡି ପଡିଛି l

ମସଜିଦ ଭୁଶୁଡ଼ିବାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସମାଧି ଦିଆଯାଇଛି”। କଡୁନା ରାଜ୍ୟପାଳ ଉବା ସାନି ଏହି ଦୁର୍ଘଟଣାର ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଏକ ‘ହୃଦୟ ବିଦାରକ ଘଟଣା’ ଭାବରେ ବର୍ଣ୍ଣନା କରି ସେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟ କହିଛି ଯେ ଏକ ଆଡଭାନ୍ସ ଦଳ ପୂର୍ବରୁ ଜରିଆରେ ଥିଲେ।