ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରୁନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୈତ୍ୟରାଜ୍ ନାୟକ ନାମକ ଯୁବକଙ୍କ ହତ୍ୟା ହୋଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ ଗତ ୧୫ ତାରିଖରେ ଅଶୋକ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ପୂର୍ବରୁ ମାମଲାରେ କାହାରିକୁ ଗିରଫ କରୁନଥିଲା ପୋଲିସ । ତେବେ ବାରମ୍ବାର ପରିବାର ଲୋକଙ୍କ ଧାରଣା ପରେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ପରିବାର ସଦସ୍ୟ ଆଜି ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବର୍ତ୍ତମାନ ପୋଲିସ୍ ସମସ୍ତଙ୍କୁ ଉଠାଇ ଥାନାକୁ ନେଇଥିବା ଜଣାଯାଇଛି । ମୃତକଙ୍କ ବାପା କହିଛନ୍ତି, ‘ମୋ ୧୬ ବର୍ଷର ପୁଅକୁ ମାରି ଦେଇଛନ୍ତି । ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖୋଲାରେ ବୁଲୁଛନ୍ତି । ମୋ ଘରକୁ ଆସି ମାରିବାକୁ ଧମକଚମକ ଦେଉଛନ୍ତି । ମୋ ପିଲା ପରିବାର ନେଇ ମୁଁ ରହିପାରୁନି ।’ ତେଣୁ ସେମାନଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସେମାନେ ଚିତ୍କାର କରି କରି କହିଛନ୍ତି l
ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ
