Site icon UTKAL PRATIDIN

ନବୀନଙ୍କ ଶାସନରେ ବିକଶିତ ରାଜ୍ୟରେ ପରିଣତ ହୋଇଛି ଓଡିଶା

licensed-image

ଗତ ୨୪ବର୍ଷ ଧରି ସାଶନ ଗାଦିରେ ବସି ରାଜ୍ୟର କିଛି ବିକାଶ କରିନାହାନ୍ତି ବୋଲି ଡିଣ୍ଡିମ ଡିଣ୍ଡିମ ପିଟୁଛି ବିଜେପି ସରକାର ।ପ୍ରଥମେ ଗ୍ରାମାଂଚଳରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଟିକେ ଆଖି ବୁଲେଇ ଦେଖିଦିଅନ୍ତୁ ତାପରେ ବିଜେଡି ଉପରେ ଅଙ୍କୁଶ ଲଗାଇବେ ପୂର୍ବ ସହରାଞ୍ଚଳର ଚିତ୍ର ବର୍ତମାନର ସହରାଞ୍ଚଳର ଚିତ୍ର ଦେଖିଲେ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ କେତେ ବିକାଶ ହୋଇଛି ।ଜାଗା ମିଶନ,ମୁକ୍ତା ଯୋଜନା, ସ୍ମାର୍ଟ ସିଟି ମିଶନ ସବୁ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ସାଜିଛି ଉଦାହରଣ ।


ଆଜି ଓଡିଶା ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହା କେବଳ ନବୀନଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି ।ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନବୀନ ପଟନାୟକ ସାଜିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ ।ନବୀନ ସରକାର ରେ ଯୁବକ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆତ୍ମା ନିର୍ଭରଶୀଳ ହୋଇଛନ୍ତି ।ଗରିବ ଘରର ଛୁଆର ପାଠ ପଢ଼ାରେ ଅର୍ଥ ସାଜିବନୀ ବାଧକ ।ସେଥିପାଇଁ ନବୀନ ସରକାର ଛାତ୍ର ବୃତ୍ତି ଯୋଗାଇଦେଉଛନ୍ତି ।କିନ୍ତୁ ବିଜେପି ସରକାର ଶାସନକୁ ଆସୁ ଆସୁ ନବୀନଙ୍କ ଉନ୍ନୟନ ମୂଳକ ଯୋଜନା ବନ୍ଦ କରିବାରେ ବ୍ୟସ୍ତ ।


ନବୀନ ପଟନାୟକ ଆରମ୍ଭ କରିଥିବା ନୂଆ ଓ ଛାତ୍ରବୃତ୍ତିକୁ ସମ୍ପୂର୍ଣ ରୂପେ ବନ୍ଦ କରିଦେଇଛନ୍ତି ବିଜେପି ସରକାର ।ରାଜନୀତି କରିବାକୁ ଯାଇ ନିଚ୍ଚସ୍ତରକୁ ଖସି ଯାଉଛି ବିଜେପି ସରକାର ଯାହା ଜନସାଧାରଣରେ ଚର୍ଚାର ବିଷୟ ପାଲଟିଛି ।ନିର୍ବାଚନ ପୂର୍ବରୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା ନିର୍ବାଚନ ଜିତିବା ପରେ ସେସବୁରୁ ଓହରି ଯାଇଥିଲା ।ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଘୋଷଣା କରିଥିଲା ।ନିର୍ବାଚନ ଜିତିବା ପରେ ଗାଇଡ଼ ଲାଇନ ଜାରି କରି ଦେଢ଼ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦିଆଯାଇଛି ।ବିଜେପି ସରକାରର ଏପରି ମନାମାନୀଆ ରାଜନୀତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ବର୍ଗର ଲୋକେ ।

Exit mobile version