
ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡ଼ି ୪ ଜଣ ଛାତ୍ର ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଗତ କଲି ୮ ଜଣ ସାଙ୍ଗ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ଘଟିଥିଲା ଏପରି ଏକ ଅଘଟଣ । ଗାଧୋଇବା ବେଳେ ୪ ଜଣ ସାଙ୍ଗ ବୁଡିଯାଇଥିଲେ। ଏହା ପରେ ଫାୟାର ଫୋର୍ସ ଏବଂ ଓଡ୍ରାଫ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲା। ଅନେକ ଖୋଜାଖୋଜି ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ ମଧ୍ୟ ଆଉ ଦୁଇଜଣ ନିଖୋଜ ରହିଥିଲେ । ସୂଚନା ଅନୁସାରେ ଯାହା ଜଣ ପଡ଼ିଛି ଆଉ ୨ ଜଣଙ୍କ ମୃତ ଦେହ ଆଜି ସଖାଳେ ଉଦ୍ଧାର କରାଯାଇଛି । ଚାରି ଜଣ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ୱରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ। ସମସ୍ତ ୮ ଜଣ ଯାକ ଛାତ୍ର ଆସ୍ଥା ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଚ କଲେଜରେ ପଢୁଥିବା ଜଣ ପଡ଼ିଛି । ସୁଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭରଙ୍କ ସହିତ ବାଲିଅନ୍ତା ଅଗ୍ନିଶମ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫାୟାର ଫୋର୍ସ ଏବଂ ଓଡ୍ରାଫର ପ୍ରାୟ ୩୦ ଜଣ ସାମିଲ ହୋଇଥିଲେ । ଏତେ ଜଣଙ୍କ ପ୍ରଚେଷ୍ଟା ପରେ ମଧ୍ୟ ୪ ଜଣଙ୍କ ଜୀବନ ଚାଲିଯାଇଛି ଯାହାକି ବଡ଼ ଦୁଃଖଦ ଘଟଣା ।