Site icon UTKAL PRATIDIN

ନଦୀକୁ ପାଣି ପିଇବାକୁ ଯାଇ ଭାସିଗଲେ ଅନେକ ଗୋରୁ

23-07-25_16-44-20-236

  
ବୌଦ୍ଧ: ପାଣି ପିଇବା ହୋଇଗଲା କାଳ l ପାଣି ପିଇବାକୁ ଯାଇ ନଦୀରେ ଭାସିଗଲେ ଶହ ଶହ ଗୋରୁ। ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଙ୍ଗା ଠାରେ l ପାଣି ପିଇବାକୁ ନଦୀକୁ ଯାଇଥିବା ବେଳେ ହଠାତ୍ ମାଡ଼ି ଆସିଲା ପାଣି । ସେହି ବଢି ପାଣିରେ ଭାସିଗଲେ ଗୋରୁପଲ । ଲୋକଙ୍କ ଆଖି ସାମ୍ନରେ ଘଟିଗଲା ଏଭଳି ହୃଦୟବିଦାରକ ଦୃଶ୍ୟ । ସମସ୍ତେ ଦେଖୁଥିଲେ ମଧ୍ୟ କେହି କିଛି କରି ପାରୁନଥିଲେ । ନିଃସହାୟ ହୋଇପଡ଼ିଥିଲେ ଗୋରୁପଲl ବଢି ପାଣି ଆଗରେ ବି ହାର୍ ମାନିଗଲେ ଶହ ଶହ ଗୋରୁ । ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ଦ୍ୱାରା ମହାନଦୀରେ ଜଳସ୍ତର ହଟାଥ ବୃଦ୍ଧି ପାଇଥିଲା । ଆଉ ଠିକ ସେହି ସମୟରେ ହିଁ ଗୋରୁଗୁଡ଼ିକ ନଦୀକୁ ପାଣି ପିଇବାକୁ ପ୍ରଵେଶ କରିଥିଲେ l ମହାନଦୀର ଏହି ଜଳସ୍ତର ବୃଦ୍ଧି ସେମାନଙ୍କୁ ଭସାଇ ନେଇଥିଲା l ହେଲେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକ ଓ ଗାଈଆଳମାନଙ୍କ ସହାୟତାରେ ଗୋରୁ ପଲଙ୍କୁ ଏବେ ଉଦ୍ଧାର କରାଯାଇଛି ।

Exit mobile version