
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଦାବି କରିଛି l ରବିବାର ତଥା ଆଜି କଂଗ୍ରେସ ଏପରି ଏକ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛି।
ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ ପ୍ରତ୍ୟୋକ ଦଳ କମର କଷିବାରେ ଲାଗିଛନ୍ତି l କେନ୍ଦ୍ରରେ ସରକାର ଗଢିବା ପାଇଁ କଂଗ୍ରସ ଓ ବିଜେପି ଉଭୟ ଟାଣ ଓଟରା ଲାଗିଛନ୍ତି l ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏବେ ପ୍ରଶ୍ନ ଉଠାଇ କହିଛି କି ମୋଦି କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି l
କଂଗ୍ରେସର ଜଣେ ନାମିଦାମୀ ନେତା ମାଣିକାମ ଟାଗୋର ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ମୋଦି ସାହେବ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହାଁନ୍ତି ନାହିଁ। ବିଗତ ୯ ବର୍ଷ ମଧ୍ୟରେ ସେ ସଂସଦରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି । ଏହା ସହ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ସେ ଉଚିତ ମଣି ନାହାନ୍ତି।
କେବଳ ସେତିକି ନୁହେଁ ବରଂ ଏହି ପୋଷ୍ଟ ସହିତ ସେ ଆଗାମୀ ଅଧିବେଶନ ବିଷୟରେ ସୂଚନା ଦେଇ ଲୋକସଭା ଦ୍ୱାରା ପ୍ରକାଶିତ ବୁଲେଟିନର ଏକ କପି ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି, ସପ୍ତଦଶ ଲୋକସଭାର ତ୍ରୟୋଦଶ ଅଧିବେଶନରେ କୌଣସି ପ୍ରଶ୍ନ କାଳ ହେବ ନାହିଁ ।