Site icon UTKAL PRATIDIN

ଧାରଣାରେ ବସିଲେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଛାତ୍ରୀଗଣ !

photo1691301547

  
ଏକାଧିକ ଦାବି ନେଇ ହଷ୍ଟେଲ ସାମ୍ନାରେ ଧାରଣାରେ ବସିଲେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଝାନସୀରାଣୀ ଛାତ୍ରୀ ନିବାସର ଅନ୍ତେବାସୀ । ଗତ ଦୁଇ ଦିନ ହେବ ଏହି ଛାତ୍ରୀ ନିବାସରେ ଜଣେ ନୂତନ ସୁପରିନଟେଣ୍ଡେଣ୍ଟ୍ ଦାୟିତ୍ୱ ନେଇଛନ୍ତି । ସେ ଆସିବା ପରେ ହଷ୍ଟେଲର ଏକାଧିକ ନିୟମ ବଦଳାଇ ଦେଇଥିବା ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ଛାତ୍ରୀମାନେ ବାହାରେ କୌଣସି ସ୍ଥାନରେ କୋଚିଂ ନେଇ ପାରିବେନି ବୋଲି ସେ ନିୟମ କରିଛନ୍ତି l ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲରେ ପହଞ୍ଚିବା ବାଧ୍ୟତାମୂଳକ ବୋଲି କହିଛନ୍ତି ନୂତନ ସପରିନଟେଣ୍ଡେଣ୍ଟ। ଏହାବାଦ ହଷ୍ଟେଲ ୱାସରୁମ୍ ଭାଙ୍ଗିଯାଇଛି ଯାହାର କିଛି ସମାଧାନ ହେଉନାହିଁ l ଏସବୁ ସହିତ ଏଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ମଧ୍ୟ ଛାତ୍ରୀ ମାନେ ଆଣିଛନ୍ତି। ତେବେ ଏ ନେଇ ନବନିଯୁକ୍ତି ସୁପରିନଟେଣ୍ଡେଣ୍ଟଙ୍କର କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିପାରିନାହିଁ।

Exit mobile version