Site icon UTKAL PRATIDIN

ଦ୍ଵିତୀୟ ସନ୍ତାନର ପିତା ହେଲେ ୟୁବରାଜ

WhatsApp Image 2023-08-26 at 17.29.53

ଗତକାଲି ୟୁବରାଜଙ୍କ ପତ୍ନୀ ହଜେଲ ତାଙ୍କର ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି l ପତ୍ନୀ ଓ ଦୁଇ ପିଲାଙ୍କ ସହ ଫଟୋ ଶେୟାର କରି ଯୁବରାଜ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି l ପତ୍ରୀ ସନ୍ତାନକୁ ନେଇ କେତେ ଖୁସି ସେ ସମ୍ପର୍କରେ ପୂରା ବିଶ୍ୱକୁ ଅବଗତ କରାଇଛନ୍ତି ୟୁବରାଜ। ସେ କହିଛନ୍ତି, ନିଦ୍ରାହୀନ ରାତି ଶେଷରେ ତାଙ୍କ ପାଇଁ ଅନେକ ଖୁସି ଆଣି ଦେଇଛି । ସେ ତାଙ୍କ କୁନି ରାଜକୁମାରୀଙ୍କୁ ସ୍ୱାଗତ କରିବା ସହ ତାଙ୍କ ପରିବାର ଏବେ ସଂପୂର୍ଣ୍ଣ ହୋଇଛି ବୋଲି ଯୁବରାଜ ଫଟୋ ଶେୟାର କରି କହିଛନ୍ତି।

୨୦୧୬ରେ ଯୁବରାଜ ଓ ହାଜେଲ ବିବାହ କରିଥିଲେ। ଏହା ପରେ ଗତବର୍ଷ ଜାନୁଆରୀରେ ହାଜେଲ ତାଙ୍କ ପ୍ରଥମ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ଗତକାଲି ତାଙ୍କ ଦ୍ଵିତୀୟ ସନ୍ତାନ ତାଙ୍କ କୋଳକୁ ଆସିଛି । ଯୁବରାଜ ଓ ହାଜେଲ ତାଙ୍କ ପୁଅର ନାଁ ଅତି ସ୍ନେହରେ ସେତେବେଳେ ଓରିଅନ ରଖିଥିଲେ । ଏବେ ଯୁବରାଜ ତାଙ୍କ ଝିଅର ମଧ୍ୟ ଏକ ସୁନ୍ଦର ନାମ ‘ଔରା’ ବୋଲି ରଖିଛନ୍ତି।

Exit mobile version