ଭୁବନେଶ୍ୱର : ରାଜଧାନୀରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବର୍ତ୍ତୀ କରାଯାଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । ଏବେ ଗୁରୁତର ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଭୁବନେଶ୍ୱର ନାଲକୋ ଛକରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି l ସେଥିପାଇଁ ଗୋଟେ ପଟ ରାସ୍ତା ବନ୍ଦ ରହିଛି ଓ ଅନ୍ୟଗୋଟିଏ ପଟ ରାସ୍ତାରେ ସମସ୍ତ ଗାଡି ଚଳାଚଳ କରୁଛି l ଅର୍ଥାତ ନାଲକୋ ଛକରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଥିବାରୁ ଡ଼ମଣାରୁ ନାଲକୋ ରାସ୍ତାରେ ଚଳାଚଳ କରୁଥିଲା ସବୁ ଗାଡ଼ି । ଏତିକି ବେଳେ ଏକ ବୁଲେଟ ସହ ଏକ ହୋଣ୍ଡା ସାଇନ୍ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ମୃତକ ଓ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଥିଲା ପୋଲିସ l
ଦୁଇ ବାଇକ ମୁଁହାମୁହିଁ

