ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟ ଆଜି ଉପସ୍ଥାପନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ ସୀତାରମନ | ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ନିର୍ମଳା ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି | ସବୁଠାରୁ ଅଧିକ ଥର ବଜେଟ ଉପସ୍ଥାପନ କରିବାର ଇତିହାସ | ନିର୍ମଳାଙ୍କ ଏହି ବଜେଟ ଉପରେ ସାରା ବିଶ୍ୱର ନଜର ରହିଛି | ଏକ ବିକଶିତ ଅର୍ଥନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ନିର୍ମଳାଙ୍କ ଉପରେ | ଛଅ ଛଅ ଥର ଅର୍ଥମନ୍ତ୍ରୀ ପଦ ଦକ୍ଷତାର ସହ ସମ୍ଭାଳିବା ପରେ ଦେଶ ତାଙ୍କ ଉପରେ ଏଥର ପୁଣି ଭରସା ରଖିଛି |
ବଜେଟ ପୂର୍ବରୁ ଭାରତର ଏଇ ଦକ୍ଷ ନେତ୍ରୀଙ୍କ ବିଷୟରେ ଆସନ୍ତୁ କିଛି ଜାଣିବା | ୧୯୫୯ ଅଗଷ୍ଟ ୧୮ ତାରିଖରେ ମଦୂରାଇର ଏକ ବ୍ରାହ୍ମଣ ପରିବାରରେ ନିର୍ମଳାଙ୍କ ଜନ୍ମ | ଦିଲ୍ଲୀ ଜେଏନୟୁରେ ଅର୍ଥନୀତିରେ ପୋଷ୍ଟ ଗ୍ରାଜୁଏଟ କରିବା ପରେ ୧୯୮୬ରେ ପରକଳା ପ୍ରଭାକରଙ୍କୁ ବିବାହ କରିଥିଲେ |
ବିବାହ ପରେ ନିର୍ମଳା ପତିଙ୍କ ସହ ଲଣ୍ଡନ ଯାଇଥିଲେ | ସେଠାରେ ରିଜେଣ୍ଟ ଷ୍ଟ୍ରୀଟରେ ଏକ ହୋମ ଡେକୋର ଷ୍ଟୋରରେ ସେଲସ ଗର୍ଲ ଚାକିର କରିଥିଲେ | କିଛି ଦିନ ପରେ ସେ ବିସିସି ୱାର୍ଲଡ ସର୍ଭିସରେ କାମ କଲେ | ଏହା ପରେ ଅଡିଟ ଫାର୍ମ ପ୍ରାଇସ ୱାଟରହାଉସ କୁପର୍ଶରେ କାମ କଲେ |
ପରେ ନିର୍ମଳାଙ୍କର ବିଜେପି ନେତାଙ୍କ ସହ ଯୋଗାଯୋଗ ହୋଇଥିଲା | ତେବେ ବହୁତ କାମ ଲୋକ ଜାଣନ୍ତି ତାଙ୍କର ଏକ କଂଗ୍ରେସ ପରିବାରରେ ବିବାହ ହୋଇଥିଲା | ତାଙ୍କର ଶାଶୁ ଓ ଶଶୁର ଉଭୟ କଂଗ୍ରେସରେ ଥିଲେ | ଶାଶୁ ଆନ୍ଧ୍ରପ୍ରଦେଶର ବିଧାୟକ ଥିବାବେଳେ ଶଶୁର ମନ୍ତ୍ରୀ ଥିଲେ |
ତେବେ ୧୯୪୦ରେ ନିର୍ମଳା ବିଦେଶରୁ ଫେରିବା ପରେ ୨୦୦୮ରେ ବିଜେପିରେ ସାମିଲ ହେଲେ | ଦୁଇ ବର୍ଷ ପରେ ସୁଷମା ସ୍ବରାଜଙ୍କ ପରେ ସେ ବିଜେପିର ଦ୍ଵିତୀୟ ପ୍ରବକ୍ତା ହେଲେ | ଟିଭି ଡିବେଟ ଶୋରେ ଏକ ପରିଚିତ ବ୍ୟକ୍ତିତ୍ୱ ହୋଇଗଲେ | ୨୦୧୪ରେ ତାଙ୍କୁ ମୋଦି ସରକାର କ୍ୟାବିନେଟରେ ସ୍ଥାନ ମିଳିଥିଲା | ପ୍ରଥମେ ଅର୍ଥମନ୍ତ୍ରୀ ପଦ ଦିଆଯାଇଥିଲା | ୨୦୧୭ରେ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ | ୨୦୧୯ରେ ପୁଣି ଦେଶର ଟ୍ରେଜେରି ଦାଇତ୍ୱ ତାଙ୍କ ହାତକୁ ଗଲା | ଆଉ ଆଜି ଯାଏ ସେ ଏହି ଦାଇତ୍ୱ ତୁଲାଇ ଆସୁଛନ୍ତି |