ଦର୍ଶକଙ୍କ ହୃଦୟରେ ରାଜ କରୁଛି ‘ଜେଲର’ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ‘ଜେଲର’ ରିଲିଜ୍ ପରଠୁ ବକ୍ସ ଅଫିସରେ କରୁଛି କମାଲ । ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଆକ୍ସନ୍, ମନୋରଞ୍ଜନରେ ଭରପୁର ଏହି ଫିଲ୍ମଟି ଦେଶରେ ୧୫୦ କୋଟିରୁ ଅଧିକ ଆୟ କଲାଣି ସେହିପରି ସାରା ବିଶ୍ୱରେ ଏହି ‘ଜେଲର’ ର ଆୟ ୩୦୦ କୋଟି ଟଙ୍କା ଅତିକ୍ରମ କଲାଣି । ତେବେ ଫିଲ୍ମର ଆୟ ହିଁ ବଖାଣୁଛି ଯେ ବର୍ତ୍ତମାନ କେବଳ ବକ୍ସଅଫିସରେ ରଜନୀକାନ୍ତ କରୁଛନ୍ତି ରାଜ । କେବଳ ବକ୍ସଅଫିସରେ କାହିଁକି ବୋହୁଦିନ ପରେ ପାରଦକୁ ଆସି ଦର୍ଶକଙ୍କ ହୃଦୟରେ ମଧ୍ୟ ରାଜ କରୁଛନ୍ତୁ ସୁପରଷ୍ଟାର ରଜନୀକାନ୍ତ l ଏଥି ସହିତ ଆସନ୍ତାକାଲି ସ୍ୱାଧିନତା ଦିବସ ରହିଛି ଯେଉଁଥି ପାଇଁ ଛୁଟି ଥିବାରୁ ଫିଲ୍ମର ଆୟ ଦ୍ବିଗୁଣିତ ହୋଇଯିବ ବୋଲି ଆଶା କରାଯାଉଛି । ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ୧୦ ଅଗଷ୍ଟରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ସାଉଁଟୁଛି ଜବରଦସ୍ତ ପ୍ରତିକ୍ରିୟା । ଗତ ସପ୍ତାହରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରଠାରୁ ‘ଜେଲର’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି । ଚାରି ଦିନ ମଧ୍ୟରେ ଏହି ଫିଲ୍ମ ଭାରତରେ ୧୪୬.୪୦କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଫିଲ୍ମଟି ଅନେକ ଫିଲ୍ମର ରେକର୍ଟ ମଧ୍ୟ ଭାଙ୍ଗିଛି ।
ଦର୍ଶକଙ୍କ ହୃଦୟରେ ରାଜ କରୁଛି ‘ଜେଲର’
