ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ତ ଏବେ ବି କମି ନାହିଁ । ଜଳିପୋଡି ପାଉଁଶ ହୋଇଗଲାଣି ଲହାଇନା ସହର । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧୦୦ ଛୁଇଁଲାଣି ମୃତ୍ୟୁ ସଂଖ୍ୟା । ସେହିପରି ହଜାର ହଜାର ଲୋକ ବାସହରା ହୋଇ ସାରିଲେଣି ଏବଂ କୋଟି କୋଟି ଟଙ୍କାର ସଂମ୍ପତ୍ତି ପୋଡି ଭଷ୍ମ ହୋଇଗଲାଣି ।ସୂଚନା ଅନୁସାରେ, ଆମେରିକା ହାୱାଇ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ଯାହା ପରେ ପବନର ବେଗ ଅଧିକ ଥିବାରୁ ନିଆଁ ଜଙ୍ଗଲରୁ ଜନବସତି ଆଡକୁ ବ୍ୟାପି ବାରେ ଲାଗିଛି । ଭୟଙ୍କର ଅଗ୍ନିକାଣ୍ତରେ ହାୱାଇ ଦ୍ୱୀପର ଅନେକ ଅନେକ ବଡ଼ ବଡ଼ ବିଲ୍ଡିଂ ଜଳି ପୋଡି ପାଉଁଶି ହୋଇଯାଇଛି । ଅଧିକ କ୍ଷତି ଲହୌନା ସହରରେ ହୋଇଛି । ହାୱାଇ ପ୍ରଦେଶର ଗଭର୍ନରଙ୍କ ସୂଚନା ଅନୁସାରେ, ଲହାଇନା ସହରରେ ପ୍ରାୟ ୧୬ ଲକ୍ଷ ଲୋକ ବସବାସ କରୁଥିଲେ । ବର୍ତ୍ତମାନ ଏହି ସହର ଏକ ଭୟଙ୍କର ପ୍ରାକୃତିକ ବପର୍ଯ୍ୟୟର ମୁକାବିଲା କରୁଛି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଣ୍ଠିରୁ ପ୍ରଭାବିତ ଲୋକଙ୍କୁ ଅନୁଦାନ ଦିଆଯିବ ବୋଲି ସୂଚନା ରହିଛି । କିଛି ଏମିତି ବି ଖବର ସାମ୍ନା କୁ ଆସିଛି କି ଲୋକ ନିଆଁ ରୁ ବଞ୍ଚିବା ଭୟରେ ସମୁଦ୍ରକୁ ଡେଇଁ ମଧ୍ୟ ଜୀବନ ହଇରାଇଛନ୍ତି l ତେବେ ଏଇ ନିଆଁ କୁ କୌଣସି ମତେ ଆୟତ କରାଯାଇପାରୁ ନାହିଁ ଏବଂ ଅପାର ପକ୍ଷରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l
ଥମୁନି ନିଆଁ, ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା

