ତୀର୍ଥ ଯାତ୍ରୀ ବସ୍କୁ ପଛରୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ୍ । ଦୁର୍ଘଟଣାରେ ୧୦ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା । ୬୦ନଂ ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଦୁର୍ଘଟଣା ହୋଇଛି । ପଛ ବସ୍ରେ ଥିବା ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ୨ଟି ଯାକ ବସ୍ ପୁରୀ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଉଭୟ ବସ୍ର ଅନ୍ୟ ସମସ୍ତ ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ଚେଷ୍ଟା କରୁଛି ପୋଲିସ । ଗୋଟିଏ ବସ୍ ବିହାରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଅନ୍ୟ ବସ୍ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରବିବାର ଭୋର ସମୟରେ ଏକ ବସ୍ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଆସୁଥିଲ । ଠିକ୍ ଏହି ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ରାସ୍ତା ଭଲ ନ ଥିବାରୁ ଗାଡିର ବେଗ କମାଇ ଦେଇଥିଲେ ଚାଳକ । ଏହି ସମୟରେ ପଛରୁ ଆସିଥିବା ସାୟନ ସାୟନ୍ତିକା ନାମକ ଏକ ତୀର୍ଥ ଯାତ୍ରୀ ବସ୍ ଆଗରେ ଥିବା ଗାଡିକୁ ଧକ୍କା ଦେଇଥିଲା । ଯାହାଫଳରେ ୧୦ ଜଣ ତୀର୍ଥ ଯାତ୍ରୀ ଗୁରୁତର ହୋଇଛନ୍ତି । ଅନେକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇଟି ବସରେ ୬୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଦୁର୍ଘଟଣା ନେଇ ବସ୍ତା ପୋଲିସ ତଦନ୍ତ କରୁଛି । ତେବେ ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ୪୦ ଜଣ ଯାତ୍ରୀ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଆସୁଥିବା ଜଣାପଡିଛି । ସେପଟେ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତୀର୍ଥଯାତ୍ରୀ ବସ ଧକ୍କା ୧୦ ଗୁରୁତର

