Site icon UTKAL PRATIDIN

ତାତିରେ ଛଟପଟ ସାରା ଓଡ଼ିଶା

2

ଭୁବନେଶ୍ୱର: ସକାଳୁ ସକାଳୁ ଗୁଳୁଗୁଳି ସାଙ୍ଗକୁ ତାତି । ଛଟପଟ ସାରା ଓଡ଼ିଶା । ସକାଳୁ ସକାଳୁ ଆଜି ରାଜଧାନୀ ତାପମାତ୍ରା   ୩୨ ଉପରେ ଥିଲାବେଳେ ଆଦ୍ରତା ୬୬ ପ୍ରତିଶତ ଥିଲା । ସାଢ ୧୧ଟା ବେଳକୁ ୩୮ ଡିଗ୍ରୀ ଟପି ଯାଇଥିଲା । ତେବେ ଏ ଖରାଗରମରୁ ୪ ଦିନ ଯାଏ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏପରିକି ରାଜ୍ୟର କିଛି ଜିଲ୍ଲାରେ  ଭୀଷଣ ଗ୍ରୀଷ୍ମ ପ୍ରବାହ  ସମ୍ଭାବନା ଥିବା କହିଛ ପାଣିପାଗ ବିଭାଗ ।

୨୪ ଘଣ୍ଟାର ଗ୍ରାଷ୍ମପ୍ରବାହକୁ ଆକଳନ କରି ଭାରତୀୟ ପାଣିପାଗ ବିଭାଗ କହିଛି,  ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୫ରୁ ୮ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଫୁଲବାଣୀରେ ୮.୮, ହୀରାକୁଦରେ ୭.୨, କେନ୍ଦୁଝରରେ ୭.୧ ଡିଗ୍ରୀ ଅଧିକ ରହିଛି । ସେହିପରି ବଲାଙ୍ଗିରରେ ୬.୯, ଝାରସୁଗୁଡ଼ାରେ ୬.୬, ସମ୍ବଲପୁରରେ ୬.୫ ଡିଗ୍ରୀ, କୋରାପୁଟରେ ୬, ସୁନ୍ଦରଗଡ଼ରେ ୫.୯ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ସେହିପରି ଟିଟିଲାଗଡ଼ ଓ ଭବାନୀପାଟଣାରେ ସ୍ବାଭାବିକଠୁ ୫.୫ ଡିଗ୍ରୀ ଅଧିକ ରହିଛି ।

ପ୍ରବଳ ଖରାକୁ ନଜରରେ ରଖି ଆଜି ଓ ଆସନ୍ତାକାଲି ପାଇଁ ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ତାପାମାତ୍ରକୁ ଦେଖିଲେ ଜଣଯାଏ,  ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ୪୧.୮ ଡ଼ିଗ୍ରୀ ରହିଛି ।

ସେହିପରି କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ ଭୁବନେଶ୍ୱରରେ ୩୮.୨ ଡ଼ିଗ୍ରୀ ସମ୍ବଲପୁରରେ  ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ହୀରାକୁଦରେ ୩୬.୪ ଡ଼ିଗ୍ରୀ, ପୁରୀରେ  ୩୬ ଡ଼ିଗ୍ରୀ ଗୋପାଳପୁରରେ  ୩୫.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରହିଛି ।

Exit mobile version