Site icon UTKAL PRATIDIN

ତାତିରୁ ତ୍ରାହି ଦେବ ହଳଦୀ ଓ ଲେମ୍ବୁ; ଘରୋଇ ଉପଚାର କରିବା ଦ୍ୱାରା ରହିବେ ସୁସ୍ଥ

9

ଦିନକୁ ଦିନ ବଢ଼ିଲାଣି ତାତି । ଏହି ସମୟରେ ପ୍ରାୟତଃ ଅସୁସ୍ଥତା ଅନୁଭବ ହୋଇଥାଏ । ହେଲେ କିଛ ଘରୋଇ ଉପଚାର କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ। ତେବେ ହଳଦୀ ସହ ଲେମ୍ବୁ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ହଳଦୀ ଓ ଲେମ୍ବୁରେ ଆଣ୍ଟିଇନଫ୍ଲାମେଟ୍ରୀ, ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟିବାୟୋଟିକ ଭଳି ଗୁଣ ରହିଛି । ଏଥିସହ ଭିଟାମିନ-ଇ, ଭିଟାମିନ-ସି, ସୋଡିୟମ, ପୋଟାସିୟମ ଭଳି ତତ୍ତ୍ୱ ଭରପୁର ରହିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ହିତକାରକ ହୋଇଥାଏ ।

ଯେଉଁମାନେ ମାନସିକ ଚାପରେ ପିଡିତ ରହୁଛନ୍ତି ସେମାନେ ହଳଦୀ ଓ ଲେମ୍ବୁ ଖାଇବା ଦ୍ୱାରା ସେମାନେ ମାନସିକ ଚାପରୁ ମୁକ୍ତ ହୋଇପାରିବେ । ହଳଦୀ ଏବଂ ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଏହା ସହିତ ଜଡିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ଲେମ୍ବୁ ଓ ହଳଦୀ । ପ୍ରତିଦିନ ଲେମ୍ବୁ ପାଣି ସହିତ ଏକ ଚାମଚ ହଳଦୀ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ। ହଳଦୀ ଏବଂ ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଏହା ସହିତ ଜଡିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।ପ୍ରତିଦିନ ହଳଦୀ ସହିତ ଲେମ୍ବୁର ସେବନ କରିବା ଦ୍ୱାରା ହାର୍ଟ ବ୍ଲକେଜ ଭଳି ସମସ୍ୟା ଦୂର ହୋଇଥାଏ ।

Exit mobile version