Site icon UTKAL PRATIDIN

ତାଇଓ୍ବାନକୁ ଚାଇନାର ଚେତାବନୀ

photo_6269229244051732495_x

ତାଇଓ୍ବାନକୁ ଚାଇନାର ଚେତାବନୀ ଚାଇନା ବାୟୁସେନା ଏବଂ ନୌସେନା ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ତାଇୱାନର ସୀମା ନିକଟରେ ଚାଇନାର ଏଭଳି କାର୍ଯ୍ୟକୁ ଏକ ବିପଦ ଭାବରେ ବିବେଚନା କରାଯାଉଛି। ଚାଇନାର ଏହି ପ୍ରତିକ୍ରିୟା ଏପରି ଏକ ସମୟରେ ଆସିଛି ଯେଉଁ ସମୟରେ ତାଇୱାନର ଉପରାଷ୍ଟ୍ରପତି ୱିଲିୟମ ଲାଇ ପାରାଗୁଏ ଯିବାବେଳେ କିଛି ସମୟ ଆମେରିକାରେ ଗସ୍ତରେ ଆସିଥିଲେ। ଚାଇନା ଖବର କାଗଜ ଏଜେନ୍ସି ଶିହ୍ନୁଆ କହିଛି ଚାଇନା ସୈନ୍ୟବାହିନୀର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ରଙ୍କ ଅନୁସାରେ ନୌ ସେନା ଏବଂ ବାୟୁସେନା ମଧ୍ୟରେ ସମନ୍ବୟ ରକ୍ଷା କରିବା ଉଦ୍ଦେଶ୍ୟରେ ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂ ସମରାଭ୍ୟାସ କରାଯାଉଛି । ଚାଇନା ସୈନ୍ୟ କହିଛନ୍ତି ସମରାଭ୍ୟାସ ସମୟରେ ସେନାର ଦକ୍ଷତା ପ୍ରକୃତ ଯୁଦ୍ଧ ପରିସ୍ଥିତିରେ ପରୀକ୍ଷା କରାଯିବ। ଚାଇନା ସୈନ୍ୟ ଏହା ମଧ୍ୟ କହିଛନ୍ତି ତାଇୱାନର ସ୍ବାଧୀନତା ପାଇଁ ବିଦେଶୀ ମିଳନ ଏବଂ ଉତ୍ତେଜନାମୂଳକ କାର୍ଯ୍ୟ ବିରୁଦ୍ଧରେ ଏହି ସମରାଭ୍ୟାସ ଏକ କଡ଼ା ଚେତାବନୀ । ଏଥି ସହିତ ତାଇୱାନ ସରକାର ସୀମା ନିକଟରେ ଚାଇନା ସାମରିକ ଅଭ୍ୟାସକୁ ନେଇ ଆପତ୍ତି ଜଣାଇଛନ୍ତି । ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ସମରାଭ୍ୟାସକୁ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛି। ତାଇୱାନ କହିଛି ଏହାର ଜବାବରେ ସେ ନିଜର ସୈନ୍ୟ ମଧ୍ୟ ନିୟୋଜିତ କରିବ। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ନିକଟ ଅତୀତରେ ତାଇୱାନକୁ କ୍ରମାଗତ ଭାବରେ ହଇରାଣ କରିବା ପାଇଁ ଚାଇନା କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଯୁଦ୍ଧ ବିମାନ ଏବଂ ଜାହାଜ ପଠାଯାଉଛି।

Exit mobile version