Site icon UTKAL PRATIDIN

ଡ୍ରେନ୍ ପାଲଟିଛି ମରଣ ଯନ୍ତା

23-07-20_10-40-07-122


  
କଟକ: ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଘଟିଛ ଏପରି ଏକ ଅଭାବନୀୟ ଘଟଣା । ଏଠାରେ ଥିବା ଏକ ମୁକୁଳା ଡ୍ରେନରେ ପଡି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ନରସିମା ରାଓ । ମୃତ ଜଣକ ହେଉଛନ୍ତି ଜାଇକା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ସଫେଇ କର୍ମଚାରୀ । ଡ୍ରେନ ନିକଟରେ ସଫେଇ କରୁଥିବା ସମୟରେ ସେ ଡ୍ରେନ ମଧ୍ୟକୁ ଖସି ପଡିଥିଲେ । ବ୍ୟକ୍ତି ଜଣଙ୍କ ଡ୍ରେନରେ ପଡିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକ ଜାଣିବାକୁ ପାଇ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ହେଲେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କରିବାରେ ବିଳମ୍ବ ହେବା କାରଣରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ମୃତକଙ୍କ ଶବକୁ କଟକ ବଡ ମେଡିକାଲକୁ ପୋଷ୍ଟମର୍ଟମ୍ ନିମନ୍ତେ ପଠାଯାଇଥିଲା।
 
ସୂଚନା ଅନୁସାରେ କଟକରେ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି । ଏହା ପୂର୍ବରୁ କଟକ ଝୋଲା ସାହିରେ ଜଣେ ରାଜସ୍ଥାନ ଯୁବକଙ୍କର ଏପରି ଡ୍ରେନ ରେ ପଡ଼ି ମୃତ୍ୟୁ ହୋଇଥିଲା । ପୁନଶ୍ଚ ଗତକାଲି ସଫେଇ କର୍ମଚାରୀ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଖୋଲା ଡ୍ରେନ୍ ମରଣ ଯନ୍ତା ସାଜି ବାରମ୍ବାର ଜୀବନ ଉପରେ ଜୀବନ ନେଇଚାଲିଛି। ହେଲେ ପ୍ରଶାସନ ଏଯାଏଁ ବି ଏ ଦିଗକୁ ଦୃଷ୍ଟି ହେଇ ନାହିଁ କିମ୍ବା କିଛି ପଦକ୍ଷେପ ନେଇ ନାହିଁ ଯାହାକି ବଡ଼ ଦୁଃଖଦ ଘଟଣା ।

Exit mobile version