ଭୁବନେଶ୍ୱର : ରାଜଧାନୀ ଭୁନାବେଶ୍ୱରରେ ଡେଙ୍ଗୁର ଆତଙ୍କ ଅତ୍ୟଧିକ ବଢ଼ିବାରେ ଲାଗିଛି l ଏହା ଭିତରେ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା l ଚଳିତବର୍ଷର ପ୍ରଥମ ଜୀବନ ନେଇଛି ଡେଙ୍ଗୁ l ଡେଙ୍ଗୁ ଯୋଗୁଁ ଏକ ୭ ବର୍ଷର କୁନି ଝିଅ ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଉଛି l
ଭୁବନେଶ୍ୱର ଧର୍ମ ବିହାର ଅଚଞ୍ଚଳରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା l ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଅବସ୍ଥାରେ ୭ବର୍ଷର କୁନି ଝିଅ ପିହୁର ମୃତ୍ୟୁ ଘଟିଛି l ପିହୁଙ୍କର ପୁରା ନାମ ସାଇସ୍ମିତା ସାହୁ l ପରିବାର ଲୋକଙ୍କ କହିବ ଅନୁଯାୟୀ ଗତ କିଛିଦିନ ତଳେ ପିହୁ ଜ୍ୱରରେ ପୀଡିତ ହୋଇଥିଲେ l ପରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ଜଣା ପଡିଥିଲା ଯେ ସେ ଡେଙ୍ଗୁ ରୋଗରେ ପୀଡିତ l ଏହା ପରେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ହେଲେ କୁନି ଝିଅ ପିହୁଙ୍କର ଏବେ ମୃତ୍ୟୁ ହୋଇସାରିଛି l ଚଳିତ ବର୍ଷ ଏ ହେଉଛି ରାଜଧାନୀରେ ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ l
ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଏବେ ଅତ୍ୟଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି l ପରିସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି l ଡେଙ୍ଗୁ ଯୋଗୁଁ ଆତଙ୍କିତ ହେବାରେ ଲାଗିଛନ୍ତି ଜନସାଧାରଣ l ଏବେ ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ପ୍ରାୟ ଦୁଇଶହ ରୁ ଅଧିକ ଟପିଥିବା ସୂଚନା ମିଳିଛି l ତେଣୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନିଆଯାଉଛି l ବିଭିନ୍ନ ସ୍ଥାନକୁ ସଫା ସୁତୁରା କରିବା ସହ ବ୍ଲିଚିଂ ପାଉଡର ପକାଯାଉଛି l ଏହା ସହ ମଶା ଧୂଆଁ ମଧ୍ୟ ଦିଅ ଯାଉଛି l ତଥାପି ଏତେ ସବୁ ଭିତରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି l