କଟକ: ଆଜି କଟକ ଯାଇ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ସେ କହିବା ଅନୁଯାୟୀ ଏସସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆରେ ପରିଣତ ହୋଇଛି ବିଭିନ୍ନ ସ୍ଥାନର ପିଲା ଆସି ଏଠି ପଢିବା ସହ ଦେଶ ବିଦେଶରୁ ଲୋକେ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି । ଗାଁ ଗହଳିରେ ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଲୋକେ ଭଗବାନ ବୋଲି ମାନନ୍ତି । ସେହି କ୍ରମରେ ଯଦି ଆମେ ଦେଖିବା ତେବେ ଡାକ୍ତରୀ ଏକ ବୃତ୍ତି ନୁହଁ ବରଂ ଏକ ବ୍ରତ ବୋଲି ମୁର୍ମୁ କହିଛନ୍ତି l ତିନି ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ କଟକ ଗସ୍ତରେ ଯାଇ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି l କଟକକୁ ବିଶ୍ୱପ୍ରସିଦ୍ଧ ପାଇଁ ଏସ୍ସିବିର ମହତ୍ତ୍ୱପୁର୍ଣ୍ଣ ଭୂମିକା ରହିଛି । ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରୁ ଏକ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ମୋ ବିଚାରରେ ଡାକ୍ତରି ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ ବୋଲି କହିଛନ୍ତି ମହାମହିମ । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦୀ ହେବ ଆବଶ୍ୟକ । ଡାକ୍ତରଙ୍କୁ ନରରୂପି ନାରାୟଣ ବୋଲି କୁହାଯାଇଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ତାଙ୍କର ଏପରି ବାର୍ତ୍ତା ସମସ୍ତ ଡାକ୍ତରଙ୍କ ସହ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଖୁବ ପ୍ରୋତ୍ସାହିତ କରିଛି l
ଡାକ୍ତରୀ ବୃତ୍ତି ନୁହେଁ ଏହା ଏକ ବ୍ରତ
