ଶ୍ରାବଣ ମାସରେ ଖାଉଟିଙ୍କୁ କନ୍ଦାଇଲାଣି ପରିବା ଦର,ଆଳୁକୁ ନେଇ ସଙ୍କଟ ଲାଗିରହିଥିଲା ବେଳେ ପରିବା ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ଦର ୪୦ ପାର ହୋଇଛି ।ଆଳୁ ଦର ୪୦ପାର ହୋଇଥିଲା ବେଳେ ପୋଟଳ ୪୦,ଭେଣ୍ଡି ୫୦, ଟମାଟୋ୫୦, ବିନ୍ସ୧୦୦ ପାରହୋଇଛି ।ଯାହାର ସିଧା ସଳଖ ପ୍ରଭାବ ଖାଉଟିଙ୍କ ପାକେଟ ଉପରେ ପଡୁଛି ।
ବର୍ଷା ଦିନରେ ପରିବା ଦର ସାଧାରଣତଃ କମ୍ ଦେଖିବାକୁ ମିଳିଥାଏ ମାତ୍ର ବାହାର ରାଜ୍ୟରୁ ପରିବା ଆମଦାନୀ ହେଉଥିବାରୁ ପରିବା ଦର ବୃଦ୍ଧି ପାଉଥିବା ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି ।
ଜଳବାୟୁର ପରିବର୍ତ୍ତନ ହେତୁ ପରିବା ସାମଗ୍ରୀ ବୃଦ୍ଧି ପାଉଛି ସର୍ଭେ ରିପୋର୍ଟରୁ ସୁଚନା ମିଳିଛି । ଏହି କାରଣରୁ ଉଭୟ ଖାଉଟି ଓ ବ୍ୟବସାୟୀ ସଂଘ ପ୍ରଭାବିତ ହେଉଛନ୍ତି ।ଯାହା ଫଳରେ ଚାଷୀ କମ ଦରରେ ପରିବା ବିକ୍ରି କରି ଅଧିକ ଦରରେ ପରିବା କ୍ରୟ କରୁଛି ।

