Site icon UTKAL PRATIDIN

ଠାକୁରମୁଣ୍ଡା ରେଞ୍ଜ ମିଟୁଆଣୀ ଜଙ୍ଗଲ ରୁ ୨ ଶିକାରୀ ଗିରଫ, କୁକୁଡ଼ା ଓ ଫାସ ଜବତ

18

କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ର କେଶଡିହା ସେକ୍ସନ ଅନ୍ତର୍ଗତ ମିଟୁଆଣୀ ଜଙ୍ଗଲ ରୁ ଆଜି ଦୁଇଜଣ ଶିକାରୀ ଙ୍କୁ ବନବିଭାଗ ର ପେଟ୍ରୋଲିଂ ଟିମ ଗିରଫ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ମୁତାବକ ସକାଳ ପ୍ରାୟ ୧0 ଘଟିକା ସମୟରେ ଡେପୁଟି ରେଞ୍ଜର କିଶୋର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ମାନସ ବେହେରା,ସିଂଙ୍ଗରାଇ ପୂର୍ତ୍ତି, କ୍ଷୀରେଶ୍ବରୀ ମହାନ୍ତ,ଅନ୍ୟ କର୍ମଚାରୀ ମାନେ ପେଟ୍ରୋଲିଂ ସମୟରେ ଦୁଇଜଣ ବ୍ୟକ୍ତି ଶିକାର ଉଦେଶ୍ୟ ରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ବନ ବିଭାଗ ର ପେଟ୍ରୋଲିଂ ଟିମ ହାବୁଡ଼ରେ ପଡିଯାଇଥିଲେ ଏବଂ ସେଠାରୁ ତାଙ୍କୁ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ କୁ ଅଣାଯାଇଥିଲା ଓ ଅଧିକ ପଚରାଉଚରା କରାଯାଇଥିଲା ।

ସୂଚନା ଅନୁଯାୟୀ ରବିବାର ସକାଳେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଠାକୁରମୁଣ୍ଡା ବନପାଳ ତପନ କୁମାର ମହାନ୍ତ, କେଶଡିହା ବନପାଳ ସିଙ୍ଗରାୟ ପୂର୍ତ୍ତୀ, ବନରକ୍ଷୀ ମନୋଜ ବେହେରା,କ୍ଷିରେଶ୍ବରି ମହାନ୍ତ ପ୍ରମୁଖ ଶିମିଳିପାଳ ପାଦଦେଶ ନିକଟ ମିଟୁଆଣି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ।

ଶିକାରୀ ଙ୍କ ନିକଟରୁ ଦୁଇଟି କୁକୁଡ଼ା ଗଂଜା ଓ ଫାସ ଜବତ କରାଯାଇ କେଶନଂ ୩ ରେ ମାମଲା ରୁଜ୍ଜୁ କରାଯାଇ ଦୁଇଜଣ ଶିକାରୀ ଠାକୁରମୁଣ୍ଡା ଧନୁଆ ବାଲିପୋଷି ଗ୍ରାମର ସନ୍ତୋଷ ମହାନ୍ତ ଓ ଠାକୁରମୁଣ୍ଡା ବେଟାଝରି ଗ୍ରାମର ଡୁମାନ ହେମ୍ବ୍ରମ ଙ୍କୁ ଗିରଫ କରାଯାଇ ଥିବା ଡେପୁଟି ରେଞ୍ଜର କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Exit mobile version