କୁଚିଣ୍ଡା: କୋଇଲା ବୋଝେଇ ଏକ ଟ୍ରକ ସହ ଏକ ମିନି ଟ୍ରକ (ଚାରିଶାହ ସତ) ର ଧକ୍କା ହେବାଦ୍ବାରା ମିନି ଟ୍ରକ୍ ସହ ନିଆଁ ରେ ଜଳି ଯାଇଥିଲେ ଡ୍ରାଇଭର ଓ ହେଲପର l ଜମନକିରା ଥାନା ୫୩ ନମ୍ବର ରାଜପଥରେ ଘଟିଛି ଏହି ଦୁର୍ଘଟଣା l ଦୁର୍ଘଟଣାରେ ମିନି ଟ୍ରକରେ ନିଆଁ ଲାଗି ଯାଇଥିଲା l ଏଥିରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ହେଲପରଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଏକ କୋଇଲା ବୋଝେଇ ଟ୍ରକ ସହ ଚାରିଶାହ ସତ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୪୦୭ ଗାଡି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏଯାଏଁ ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ହେଲପର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତିv। ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ୱାରା ଏବେ ନିଆଁକୁ ଆୟତ୍ତ କରାଯାଇଛି l
ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲପର

