ନୂଆଦିଲ୍ଲୀ: ମାର୍କଜୁକରବର୍ଗ ଙ୍କ କମ୍ପାନୀ ମେଟା ଅଧୀନରେ ପାତିଚାଳିତ ହୋଇଥିବା ସୋସିଆଲ ମିଡ଼ିଆ ସଂସ୍ଥା ଇନଷ୍ଟଗ୍ରାମ ଦଳ ଦ୍ୱାରା ନିର୍ମିତ ଏକ ନୂଆ ଆପ “ଥ୍ରେଡ଼ସ” କୁ ଉନ୍ମୋଚନ କରାଯାଇଛି l
ଅଣ୍ଡରଏଡ଼ ଓ ଆଇ ଫୋନ ବ୍ୟବହାରକାରୀଙ୍କ ପାଇଁ ଏହି ଆପ ଉପଲବ୍ଧ ହେବା ପରେ ଲୋକମାନେ ଏହାକୁ ନେଇ ବହୁ ଉତ୍ସାହ ପ୍ରତିକ୍ରିୟା ଦେଖାଇଛନ୍ତି l କିଛି ଘଣ୍ଟା ମଧ୍ୟ ରେ ଲକ୍ଷ ଲକ୍ଷ ଲୋକ ଏହି ଆପ ରେ ନିଜର ଆକାଉଣ୍ଟ ଖୋଲି ଜଡିତ ହୋଇଛନ୍ତି l ମାର୍କଜୁକରବର୍ଗ ଟୁଇଟର ମାଧ୍ୟମରେ “ଆସନ୍ତୁ ଥ୍ରେଡ଼ସ କୁ ସ୍ୱାଗତ କରିବା” କହି ପୋଷ୍ଟ କରିଛନ୍ତି l
ଏକ ସ୍ୱତନ୍ତ୍ର ଆପ ଭାବରେ ଲଞ୍ଚ ହୋଇଥିବାବେଳେ ଉପଭୋକ୍ତା ମାନେ ସେମାନଙ୍କ ଇନଷ୍ଟାଗ୍ରାମ ର ପରିଚୟପାତ୍ର ବ୍ୟବହାର କରି ଲଗ ଇନ କରିପାରିବେ ଜୁକାରବର୍ଗ କହିଛନ୍ତି ଯେ ଥ୍ରେଡ଼ସ ରେ ୧୦ ନିୟୁତ ରୁ ଅଧିକ ଆକାଉଣ୍ଟ ଖୋଳାଯାଇସାରିଲାଣି l ଥ୍ରେଡ଼ସ ଲୋକପ୍ରିୟ ସୋସିଆଲ ମିଡ଼ିଆ ଟୁଇଟର ଅବିକଳ ନକଲ ବୋଲି କୁହାଯାଇଛି l ଟୁଇଟର ରେ ୨୮୦ ଅକ୍ଷର ବ୍ୟବହାର କରିବାକୁ ଅନୁମତି ଥିବା ବେଳେ ଥ୍ରେଡ଼ସ ରେ ୫୦୦ ଅକ୍ଷର ବ୍ୟବହାର କରିବାକୁ ସୂଚନା ମିଳିଛି l
ଥ୍ରେଡ଼ସ ଆରମ୍ଭ ହେବା ସହିତ ଜୁକରବର୍ଗ ଓ ଟୁଇଟର ର ନୂଆ ମାଲିକ ଏଲନ ମସ୍କ ଙ୍କ ମଧ୍ୟରେ ତୀବ୍ରତା ସୃଷ୍ଟି ହୋଇଛି l ଥ୍ରେଡ଼ସ ଆପ ଟି ଲୋକପ୍ରିତ ହେଲେ ଟୁଇଟର ତାର ପ୍ରସଙ୍ଗିକତା ହରାଇବସିବ ବୋଲି କୁହାଯାଇଛି l
ଇନଷ୍ଟଗ୍ରାମ ର ନୂଆ ଆପ ଥ୍ରେଡ଼ସ ରେ ବହୁ କଳାକାର (ସେଲିବ୍ରେଟି) ଯୋଡି ହବାକୁ ଲାଗିଛନ୍ତି l ସେମାନଙ୍କ ମଧ୍ୟରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର, ଉଦ୍ୟୋଗୀ ନିଖିଲ କାମତ, ଅନୁପମ ମିତାଲ, ବିଜୟ ଶେଖର ଶର୍ମା, ଅସନୀର ଗ୍ରୋଭାର, କାଜୋଲ, କୁନାଲ ଶାହ, ତାପସୀ ପଂନୁ, ତମନ୍ନା ଭାଟିଆ, ପରିନିତୀ ଚୋପ୍ରା, ସନ୍ନି ଲିଓନି, ଟ୍ୱିଙ୍କିଲ ଖାନ୍ନା l