
ଟିଏମସି କୁ ବଡ଼ ଝଟକା
ତ୍ରିପୁରା ଟିଏମସିର ପ୍ରଦେଶ ଅଧ୍ୟକ୍ଷ ପିଜୁସ କାନ୍ତି ବିଶ୍ୱାସ ମଙ୍ଗଳବାର ଅର୍ଥାତ ଆଜି ନିଜ ପଦ ଓ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ପିଜୁସ କାନ୍ତି ବିଶ୍ୱାସ ତାଙ୍କ ଇସ୍ତଫା ଟିଏମସି ର ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନିକଟରେ ଦାଖଲ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଟିଏମସି ପୂରା ଶକ୍ତି ଲଗାଇ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା ।ପିଜୁସ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ମୁଁ ଟିଏମସିର ତ୍ରିପୁରା ରାଜ୍ୟ ସଭାପତି ପଦରୁ ମୋର ଇସ୍ତଫା ପ୍ରଦାନ କରୁଛି। ଏହା ସହିତ ମୁଁ ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି। ମୋତେ ଏହି ଦାୟିତ୍ଵ ଦେଇଥିବାରୁ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟରେ ମୁଁ କୃତଜ୍ଞ। ସୂଚନା ଅନୁସାରେ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଚଳିତ ବର୍ଷ ଫେବୃଆରୀ ମାସରେ ନିର୍ବାଚନ ହୋଇଥିଲା । ଯେଉଁଥିରେ ଦଳ ୨୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ ଟିଏମସି ଗୋଟିଏ ସିଟ୍ ମଧ୍ୟ ଜିତିପାରି ନଥିଲା। ଏହି ନିର୍ବାଚନରେ ଟିଏମସି ମାତ୍ର ୦.୮୮ ପ୍ରତିଶତ ଭୋଟ୍ ପାଇଥିଲା। ଏହି ନିର୍ବାଚନରେ ବିଜେପି ୩୨ ଟି ଆସନରେ ଜିତିଥିଲା। ଏସବୁ ପରେ ଏବେ ପିଜୁସଙ୍କ ଇସ୍ତଫା ଟିଏମସି ପ୍ରତି ଏକ ବଡ଼ ଝଟକା ହୋଇଥିବାବେଳେ ମାମାତାଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ସାଜିଛି l