UTKAL PRATIDIN

ଜେଲରେ ରହିବେନି ବିଚାରଧୀନ କଏଦୀ

ଭୁବନେଶ୍ବର: ବିଚାରଧୀନ କଏଦୀଙ୍କ ପାଇଁ ଜେଲ ଡିଜିଙ୍କ ନୂଆ ରଣନୀତି। ବିଚାରଧୀନ କଏଦୀଙ୍କୁ ଜେଲରେ ନ ରଖି କରାଯିବ ଜିପିଏସ ଟ୍ରାକିଂ। ଅର୍ଥାତ୍ ଖର୍ଚ୍ଚ କମ ହେବ ଏବ ସରକାରୀ ଅର୍ଥର ସେଭିଂ ବୃଦ୍ଧି ପାଇବ । ଏବେ ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଏଭଳି ରଣନୀତି ପ୍ରସ୍ତୁତ ହେଉଛି । ଏନେଇ ଓଡ଼ିଶା ଜେଲ ବିଭାଗ ଡିଜି ମନୋଜ କୁମାର ଛାବ୍ରା ସଂସଦୀୟ ବ୍ୟାପାର କମିଟିକୁ ପ୍ରସ୍ତାବ ଦେବା ପରେ ଏହାକୁ କମିଟି ବେଶ ପ୍ରଶଂସା କରିଛି । ଓଡ଼ିଶାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିବା ଲାଗି ଅନୁମତି ଦେଇଛି କମିଟି ।

ଜେଲ ଡିଜି ମନୋଜ ଛାବ୍ରାଙ୍କ ସୁଚନା ମୁତାବକ । ଅନେକ ସମୟରେ ଷ୍ଟ୍ରିଟ୍ କ୍ରାଇମ୍ ବା ଚିନ୍ଦି ଚୋର ଭଳି ଡ୍ରଗ୍ସ ଓ ନିଶା କାରବାରରେ ସମ୍ପୃକ୍ତ ଥିବା ଅଭ୍ୟାସଗତ ଅପରାଧୀ ଯେଉଁମାନେ ଅପରାଧ କରି ଜେଲ ଯାଇଥାନ୍ତି । ହେଲେ ପରେ ଜାମିନ ପାଇ ବାହାରକୁ ଆସି ପୁନଶ୍ଚ ଅପରାଧ କାର୍ଯ୍ୟକଳାପରେ ଲିପ୍ତ ରହିଥାନ୍ତି। ଫଳରେ ପୁଣି ପୋଲିସ ହାତରେ ଧରାପଡିଲେ ଜେଲ ଭିତରକୁ ଯାଇଥାନ୍ତି । ଏହିଭଳି ଦୁର୍ଦ୍ଦାନ୍ତ ବିଚାରଧୀନ କଏଦୀଙ୍କୁ ଜେଲରେ ରଖିବା ଫଳରେ ତାଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏବେ ସେମାନଙ୍କ ଉପରେ ନଜର ରଖିବା ପାଇଁ ନୂଆ ପରିକଳ୍ପନା ହୋଇଛି। ସେମାନଙ୍କୁ ଜେଲରେ ନ ରଖି ବରଂ ତାଙ୍କ ନିଜ ଘରେ ରହିବେ ବା ନିଜର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଦିଆଯାଇଥିବା ଅନୁମତି ପରିଧି ଭିତରେ ରହିବେ। କିନ୍ତୁ ତାଙ୍କୁ ଏକ ଜିପିଏସ ଚିଫ ଜରିଆରେ ଟ୍ରାକିଂ କରାଯିବ। ବିଦେଶରେ ଯେପରି ବ୍ୟବହାର ହେଉଛି ଏକ ଜିପିଏସ ମେସିନ ତାଙ୍କୁ ବ୍ୟବହାର କରିବାକୁ ଦିଆଯିବ । ଯାହାକୁ ଭାଙ୍ଗିଲେ ବା ତା ସହିତ କିଛି ଟାମ୍ପରିଂ କଲେ ତାହା ପୋଲିସ ଜାଣିପାରିବ । ଯେଉଁ ଅଭ୍ୟାସଗତ ଅପରାଧୀ ଜାମିନ ପାଇଁ ଆବେଦନ କରିବ, କୋର୍ଟ ତାଙ୍କୁ ବେଲ କଣ୍ଡିସନରେ ଏହି ଟ୍ରାକିଂ ମେସିନ ପାଇଁ ନିର୍ଦ୍ଦେଶ ଦେବେ ।

ଏଥିପାଇଁ ମେସିନ ବାବଦକୁ ଖର୍ଚ୍ଚ ୧୦ରୁ ୧୫ହଜାର‌ ପର୍ଯନ୍ତ ଦାମ ମଧ୍ୟ ନିଜେ କଏଦୀ ହିଁ ବହନ କରିବ। ଫଳରେ କଏଦୀଟିଏ ନିଜ ଘରେ ରହିପାରିବ ବା ନିଜର କିଛି କାମ କରିପାରିବ । ଟ୍ରାକିଂ ମେସିନ ଜରିଆରେ ସବୁ ବେଳେ ନଜରରେ ରହିବ । ବିଶେଷ କରି ଜାମିନରେ ଆସିଲେ ରାଜ୍ୟ ବାହାରକୁ ବା ଦେଶ ବାହାରକୁ ଖସିଯିବାରୁ ଭୟ ଥାଏ ତାହା ସମ୍ଭବ ହେବନି । ଏପରିକି ସାକ୍ଷୀ ଘର ପାଖାପାଖି ଯାଇ ଧମକାଇଲେ ତାହା ମଧ୍ୟ ଜଣାପଡ଼ିବ । କାରଣ ରେଜିଷ୍ଟ୍ରେସନ ଏରିଆକୁ ଗଲେ ତାହା ମଧ୍ୟ ଟ୍ରାକିଂ ବେଳେ ଜଣାପଡିବ। ଫଳରେ କଏଦୀଟି ଆଉ ଥରେ ଅପରାଧ କରିବା ପୂର୍ବରୁ ଚିନ୍ତା କରିବ ।

ପୋଲିସର ଏଭଳି ବ୍ୟବସ୍ଥା ଅନେକ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥାଏ । ଏପରି ଟ୍ରାକିଂ ମେସିନ ଜରିଆରେ ଅନେକଙ୍କୁ ଟ୍ରାକ କରାଯାଇଥାଏ । କଏଦୀ ଗୋଡ଼ରେ ଏକ ଜିପିଏସ ମେସିନ ଲଗାଇ ଏଭଳି ନିର୍ଦ୍ଦିଷ୍ଟ ରାଡାର ମଧ୍ୟରେ ରହିପାରିବ । ଫଳରେ ଏହା ଦ୍ବାରା ସେ ତାର ନିଜର କର୍ମ କରିପାରିବ । ଏହା ଦ୍ବାରା ସରକାରୀ ଅର୍ଥ ଖର୍ଚ୍ଚ ନହୋଇ ବରଂ ସେଭିଂ ସହ କ୍ରିମିନାଲ ଟ୍ରାକିଂ ମଧ୍ୟ ସଠିକ ଭାବେ ହୋଇପାରିବ।

Exit mobile version