Site icon UTKAL PRATIDIN

ଜିଓର ନୂଆ ଫାମିଲି ପ୍ଲାନସ

photo_6231289203765918097_y

ଜିଓର ନୂଆ ଫାମିଲି ପ୍ଲାନସ : ଗୋଟେ ରିଚାର୍ଜ ରେ ଚାଲିବ ଚାରୋଟି ସିମ ଯଦି ଗୋଟିଏ ପରିବାରରେ ଚାରିଜଣ ଅଛନ୍ତି ଓ ସମସ୍ତଙ୍କର ସ୍ମାର୍ଟଫୋନ୍ ରହିଛି ତେବେ ଗୋଟିଏ ରିଚାର୍ଜ ରେ ସମସ୍ତ ଫୋନ ଚାଲିପାରିବ । ସମୟ ସମୟରେ ସବୁ ସିମ୍ କାର୍ଡକୁ ରିଚାର୍ଜ କରିବା ପାଇଁ ବହୁତ ବଡ଼ ବୋଝ ହୋଇଯାଏ । ଯଦି ସମସ୍ତଙ୍କର ସମାନ ପ୍ଲାନ୍ ଥାଏ ତେବେ ଏହା ଭଲ ହେବ । ଯେଉଁମାନେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଗୋଟିଏ ପ୍ଲାନ୍‌ ଚାହୁଁଛନ୍ତି ସେମାନଙ୍କ ପାଇଁ ରିଲାଏନ୍ସ ଜିଓ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଛି । ଜିଓର ଏହି ପରିବାର ପ୍ଲାନ୍‌ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ସମାନ ପ୍ଲାନ୍‌ରେ ଚାରୋଟି ସିମ୍ କାର୍ଡ ବ୍ୟବହାର କରାଯାଇପାରିବ । ଯଦି ଜଣେ ୩୯୯ ପ୍ଲାନ୍‌ ବାଛନ୍ତି ତେବେ ତାଙ୍କୁ କେବଳ ଗୋଟିଏ ସିମ୍ କାର୍ଡରେ ଫାଇଦା ମିଳିବ । କୌଣସି ଆଡ୍-ଅନ୍ ସିମ୍ ଏଥିରେ ମିଳିବ ନାହିଁ । ମାସକୁ ୩୯୯ ଟଙ୍କା ଦେବାକୁ ପଡ଼ିବ । ମାସକୁ ୭୫ ଜିବି ଡାଟା ସହ ଅସୀମିତ କଲି୍ଂ, ଅସୀମିତ ୫ଜି ଡାଟା ମାଗଣା ରହିବ l ଯଦି ଜଣେ ୪୯୮ ପ୍ଲାନ୍‌ ବାଛନ୍ତି, ତେବେ ତାଙ୍କୁ ଗୋଟିଏ ପ୍ରାଥମିକ ସିମ୍ କାର୍ଡ ଓ ଗୋଟିଏ ଆଡ୍-ଅନ୍ ସିମ୍ କାର୍ଡ ମିଳିବ । ଆପଣ ପ୍ରତି ମାସରେ ୪୯୮ ଟଙ୍କା ଦେଇ ଦୁଇଟି ସିମ୍ କାର୍ଡ ବ୍ୟବହାର କରିପାରିବେ । ଏହି ପ୍ଲାନ୍‌ ପ୍ରତି ବ୍ୟକ୍ତିଙ୍କ ପାଇଁ ୨୪୯ ଟଙ୍କା ପଡିବ । ଏଥିରେ ସମୁଦାୟ ୮୦ ଜିବି ଡାଟା ଉପଲବ୍ଧ ରହିବ । ଅସୀମିତ କଲି୍ଂ, ଅସୀମିତ ୫ଜି ଡାଟା ମାଗଣା ରହିବ l ଯଦି ଜଣେ ୫୯୭ ପ୍ଲାନ୍‌ ବାଛନ୍ତି, ତେବେ ସେ ଗୋଟିଏ ପ୍ରାଥମିକ ସିମ୍ କାର୍ଡ ଓ ଦୁଇଟି ଆଡ୍-ଅନ୍ ସିମ୍ କାର୍ଡର ଫାଇଦା ପାଇବେ । ତିନୋଟି ସିମ୍ କାର୍ଡ ପ୍ରତି ମାସରେ ୫୯୭ ଟଙ୍କା ଦେଇ ବ୍ୟବହାର କରିପାରିବେ । ପ୍ରତି ବ୍ୟକ୍ତିଙ୍କ ପିଛା ୧୯୭ ଟଙ୍କା ପଡିବ । ଏଥିରେ ସମୁଦାୟ ୮୫ ଜିବି ଡାଟା ଉପଲବ୍ଧ ରହିବ । ଅସୀମିତ କଲି୍ଂ‌, ଅସୀମିତ ୫ଜି ଡାଟା ମାଗଣା ରହିବ l ଯଦି ଜଣେ ୬୯୬ ଟଙ୍କାର ପ୍ଲାନ୍‌ ବାଛନ୍ତି, ତେବେ ସେ ଗୋଟିଏ ପ୍ରାଥମିକ ସିମ୍ କାର୍ଡ ଓ ତିନୋଟି ଆଡ୍-ଅନ୍ ସିମ୍ କାର୍ଡର ଫାଇଦା ପାଇବେ । ଚାରିଟି ସିମ୍ କାର୍ଡ ପ୍ରତି ମାସରେ ୬୯୬ ଟଙ୍କା ଦେଇ ବ୍ୟବହାର କରାଯାଇପାରିବ । ପ୍ରତି ବ୍ୟକ୍ତିଙ୍କ ପାଇଁ ୧୭୪ ଟଙ୍କା ମୂଲ୍ୟ ପଡିବ । ସମୁଦାୟ ୯୦ ଜିବି ଡାଟା ଉପଲବ୍ଧ ରହିଛି । ଏଥିରେ ଅସୀମିତ କଲ୍ ସହ ଅସୀମିତ ୫ଜି ଡାଟା ମଧ୍ୟ ଉପଲବ୍ଧ ରହିବ l

Exit mobile version