ସରକାରୀ ପରୀକ୍ଷାର ଜାଲିଆତି ରୋକିବାକୁ ୟୁନିଅନ ପବ୍ଲିକ ସର୍ଭିସ କମିସନ(UPSC) ନେଇଛି ବଡ଼ ନିଷ୍ପତ୍ତି। ଉନ୍ନତ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ପରୀକ୍ଷାରେ ଆସିବ ସ୍ୱଚ୍ଛତା ।ପରୀକ୍ଷାର୍ଥୀଙ୍କ ମୁହଁ ଚିହ୍ନିବା ପାଇଁ ଆଧୁନିକ ଟେକ୍ନୋଲୋଜି ଏବଂ ଫିଙ୍ଗର ଅଥେଣ୍ଟିକେସନ ଭଳି ଅତ୍ୟାଧୁନିକ କୌଶଳ ବ୍ୟବହାର କରିବାକୁ ନିଷ୍ପତି ନେଇଛି ପରୀକ୍ଷା ବିଭାଗ ।

ଏହା ସହିତ କୃତ୍ରିମ ବୁଦ୍ଧିମତା ଜରିଆରେ ଇ-ଆଡମିଟ୍ କାର୍ଡର QR କୋଡ୍ ସ୍କାନିଂ, ସିସିଟିଭି କ୍ୟାମେରା ଭଳି ଟେକ୍ନୋଲୋଜିର ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା କପି ଏବଂ ନକଲି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ। ଏହା ସହିତ ଜାଲିଆତି କୁ କିପରି ରୋକା ଯାଇପାରିବ ଏବଂ ପ୍ରଶ୍ନପତ୍ର ଲିକ୍ କିପରି ନହେବ ସେଥିପାଇଁ ୟୁନିଅନ ପବ୍ଲିକ ସର୍ଭିସ କମିଶନ ନେଇଛି ନିଷ୍ପତି ।