Site icon UTKAL PRATIDIN

ଜାମ୍ମୁ କାଶ୍ମୀରରେ ନିର୍ବାଚନ ପାଇଁ ପ୍ରସ୍ତୁତ କେନ୍ଦ୍ର ସରକାର !

WhatsApp Image 2023-08-31 at 11.38.49

ଜମ୍ମୁ-କଶ୍ମୀରରୁ ଧାରା ୩୭୦ କୁ ହଟାଇବା ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା, ଯାହାର ଶୁଣାଣି ଏକକାଳୀନ ଚାଲିଛି। ଏହି ସମୟରେ ଗୁରୁବାର ଦିନ ଜାମ୍ମୁ କାଶ୍ମୀର ନିର୍ବାଚନ ସମ୍ପର୍କରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ବେଞ୍ଚକୁ କହିଛି ଯେ ଜାମ୍ମୁ କାଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ପାଇଁ ଏହା ପ୍ରସ୍ତୁତ । ଏଥିପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି l ଏହା ବ୍ୟତୀତ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କରିବାକୁ କୋର୍ଟରେ ଦାବି କରାଯାଇଥିଲା । ଯେଉଁଥିରେ କେନ୍ଦ୍ରର ବିବୃତ୍ତି ମଧ୍ୟ ବାହାରକୁ ଆସିଛି।

କେନ୍ଦ୍ର ସରକାର ଶୁଣାଣି ସମୟରେ କହିଛନ୍ତି ଯେ ସେମାନେ ରାଜ୍ୟର ପୁନରୁଦ୍ଧାର ପାଇଁ କୌଣସି ସଠିକ ସମୟସୀମା ଦେଇପାରିବେ ନାହିଁ। ତେବେ ଏହା ସ୍ପଷ୍ଟ ଯେ ୟୁନିଅନ୍ ଟେରିଟୋରୀର ସ୍ଥିତି ଅସ୍ଥାୟୀ ଅଟେ। ଏହା ବ୍ୟତୀତ, ସଲିସିଟର ଜେନେରାଲ ଧାରା ୩୭୦ ହଟାଇବା ପରେ ରାଜ୍ୟରେ ପରିବର୍ତ୍ତିତ ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।

Exit mobile version