ଜମିଜମା ପାଇଁ ଦାଦା ଓ ଖୁଡି ମିଶି ପୁତୁରାକୁ କଲେ ହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଏଁଲାସାରି ଗାଁରେ ଦେଖିବାକୁ ମିଳିଛି ଏହିପରି ଅଭାବନୀୟ ଘଟଣା ।ହତ୍ୟାକାଣ୍ଡ ପରେ ଦାଦା କାଳିଆ ଭୋଇ ଓ ତାଙ୍କ ସ୍ତ୍ରୀ ପୁଲିସ ନିକଟରେ କରିଛନ୍ତି ଆତ୍ମସମର୍ପଣ । ଜମିବାଡ଼ି ସମସ୍ୟାକୁ ନେଇ ସମୀର ଓ ତାଙ୍କ ଦାଦାଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା ।ଆଜି ସକାଳେ ଦାଦା ଓ ସମୀରଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଏହି ଝଗଡା ଉଗ୍ର ରୂପ ନେଇଥିଲା। ଟାଙ୍ଗିଆ ଆଣି କାଳିଆଙ୍କ ପୁଅ ସମିରକୁ ଚୋଟ ପକାଇଥିଲା ।ହତ୍ୟା କରିସାରିବା ପରେ ଦାଦା ଓ ଖୁଡି ପୁଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲେ। ଏ ଘଟଣା ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।ହେଲେ କାଳିଆର ପୁଅ ଦୀପକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି ।