
ସିକ୍କିମ୍ ସରକାର ମାଆ ହେବାର ଅସୁବିଧାକୁ ବୁଝି ଛଅ ମାସର ମାତୃତ୍ୱ ଛୁଟିକୁ ଏବେ ବର୍ଷେ କରିଦେଇଛନ୍ତି l ମା’ଟିଏ ହେବା ପରେ ପ୍ରତ୍ୟେକ ନାରୀ ତା’ର ପୂର୍ଣ୍ଣତା ପାଇଥାଏ । ଶିଶୁର ସେହି ମା’ ଡାକରେ ତାକୁ ସବୁକିଛି ମିଳିଯାଇଥାଏ । ହେଲେ ଏସବୁ ଖୁସି ଭିତରେ ବିଶେଷକରି କର୍ମଜୀବୀ ମହିଳାମାନେ ମା’ ହେବା ପରେ ଅନେକ କିଛି ବାଧାବିଘ୍ନର ସାମ୍ନା କରିଥାନ୍ତି । ସେମାନଙ୍କୁ ଘର କାମ, ଅଫିସ କାମ ସହ ନିଜର ନିଜର ପିଲାର ଯତ୍ନ ନେବାକୁ ପଡିଥାଏ । ଏସବୁ ଭିତରେ ଜଣେ ମହିଳାଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ପାଇଁ ସିକ୍କିମ୍ ସରକାର ନୂଆ ନିୟମ ଆଣିଛନ୍ତି । ସରକାରଙ୍କ ପକ୍ଷରୁ ଏଣିକି ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଯାହାକି ଛଅ ମାସ ପରିବର୍ତ୍ତେ ଏକ ବର୍ଷ କରାଯାଇଛି l ଏଥିସହ ବାପାମାନଙ୍କ ପାଇଁ ଏକ ମାସ ପିତୃତ୍ୱ ଛୁଟି ମଧ୍ୟ ଘୋଷଣା କରାଯାଇଛି। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗତକାଲି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ବିବୃତିରେ କହିଛନ୍ତି, ତାଙ୍କ ସରକାର ମହିଳା କର୍ମଚାରୀଙ୍କ ପାଇଁ ବିଶେଷ ଛୁଟି ଘୋଷଣା କରିବାକୁ ଯାଉଛନ୍ତି । ଏଣିକି ମହିଳା କର୍ମଚାରୀମାନେ ମା’ ହେଲେ ସେମାନଙ୍କୁ ୧୨ ମାସ ମାତୃତ୍ୱ ଛୁଟି ମିଳିବ । ସିକ୍କିମ୍ ରାଜ୍ୟ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ସେ ଅହୁରି କହିଛନ୍ତି କି, ମହିଳା କର୍ମଚାରୀମାନଙ୍କୁ ଗୋଟିଏ ବର୍ଷ ଛୁଟି ମଳିବା ଦ୍ୱାରା ସେମାନେ ଉପକୃତ ହେବା ସହ ତାଙ୍କ ପରିବାର ଓ ପିଲାର ଭଲରେ ଯତ୍ନ ନେଇପାରିବେ l ମାଟର୍ନିଟି ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ଛୁଟି ନେବାର ନିୟମ ରହିଥିଲା । ଏହି ସମୟରେ ମହିଳା କର୍ମଚାରୀମାନେ ବେତନ ମଧ୍ୟ ନେବାର ହକ୍ଦାର ରହିଥିବା କୁହାଯାଇଥିଲା । ଆହୁରି ମଧ୍ୟ ସେ କହିଛନ୍ତି, ସିଭିଲ ସର୍ଭିସ ଅଧିକାରୀଙ୍କ ପାଇଁ ପଦୋନ୍ନତି ପ୍ରକ୍ରିୟାକୁ ସରଳ କରାଯିବ । ଏଥିପାଇଁ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଯାହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରିବେ । ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତିକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଧନ୍ୟବାଦ ଜଣାଇଥିଲେ। ମହିଳାମାନଙ୍କ ଅସୁବିଧାକୁ ବୁଝି ସେମାନଙ୍କୁ ସଶକ୍ତ କରାଇବା ପାଇଁ ସିକ୍କିମ୍ ସରକାରଙ୍କ ଏପରି ପଦକ୍ଷେପ ସତରେ ପ୍ରଶଂସନୀୟ l ଅନେକ ସମୟରେ ମାତୃତ୍ୱ ପାଇବା ଅବସ୍ଥାରେ ମହିଳାମାନେ ଅସୁବଧାରା ସମ୍ମୁଖୀନ ହୋଇ ଚାକିରୀ ଛାଡି ମଧ୍ୟ ଦିଅନ୍ତି l ତେଣୁ ସରକାରଙ୍କର ଏପରି ନିଷ୍ପତି ମହିଳାମାନଙ୍କ ନିମନ୍ତେ ଖୁବ ସହାୟକ ହେବ l ସିକ୍କିମ୍ : ସିକ୍କିମ୍ ସରକାର ମାଆ ହେବାର ଅସୁବିଧାକୁ ବୁଝି ଛଅ ମାସର ମାତୃତ୍ୱ ଛୁଟିକୁ ଏବେ ବର୍ଷେ କରିଦେଇଛନ୍ତି l ମା’ଟିଏ ହେବା ପରେ ପ୍ରତ୍ୟେକ ନାରୀ ତା’ର ପୂର୍ଣ୍ଣତା ପାଇଥାଏ । ଶିଶୁର ସେହି ମା’ ଡାକରେ ତାକୁ ସବୁକିଛି ମିଳିଯାଇଥାଏ । ହେଲେ ଏସବୁ ଖୁସି ଭିତରେ ବିଶେଷକରି କର୍ମଜୀବୀ ମହିଳାମାନେ ମା’ ହେବା ପରେ ଅନେକ କିଛି ବାଧାବିଘ୍ନର ସାମ୍ନା କରିଥାନ୍ତି । ସେମାନଙ୍କୁ ଘର କାମ, ଅଫିସ କାମ ସହ ନିଜର ନିଜର ପିଲାର ଯତ୍ନ ନେବାକୁ ପଡିଥାଏ । ଏସବୁ ଭିତରେ ଜଣେ ମହିଳାଙ୍କୁ ଅନେକ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ପାଇଁ ସିକ୍କିମ୍ ସରକାର ନୂଆ ନିୟମ ଆଣିଛନ୍ତି । ସରକାରଙ୍କ ପକ୍ଷରୁ ଏଣିକି ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ଯାହାକି ଛଅ ମାସ ପରିବର୍ତ୍ତେ ଏକ ବର୍ଷ କରାଯାଇଛି l ଏଥିସହ ବାପାମାନଙ୍କ ପାଇଁ ଏକ ମାସ ପିତୃତ୍ୱ ଛୁଟି ମଧ୍ୟ ଘୋଷଣା କରାଯାଇଛି। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗତକାଲି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ବିବୃତିରେ କହିଛନ୍ତି, ତାଙ୍କ ସରକାର ମହିଳା କର୍ମଚାରୀଙ୍କ ପାଇଁ ବିଶେଷ ଛୁଟି ଘୋଷଣା କରିବାକୁ ଯାଉଛନ୍ତି । ଏଣିକି ମହିଳା କର୍ମଚାରୀମାନେ ମା’ ହେଲେ ସେମାନଙ୍କୁ ୧୨ ମାସ ମାତୃତ୍ୱ ଛୁଟି ମିଳିବ । ସିକ୍କିମ୍ ରାଜ୍ୟ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ସେ ଅହୁରି କହିଛନ୍ତି କି, ମହିଳା କର୍ମଚାରୀମାନଙ୍କୁ ଗୋଟିଏ ବର୍ଷ ଛୁଟି ମଳିବା ଦ୍ୱାରା ସେମାନେ ଉପକୃତ ହେବା ସହ ତାଙ୍କ ପରିବାର ଓ ପିଲାର ଭଲରେ ଯତ୍ନ ନେଇପାରିବେ l ମାଟର୍ନିଟି ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ଛୁଟି ନେବାର ନିୟମ ରହିଥିଲା । ଏହି ସମୟରେ ମହିଳା କର୍ମଚାରୀମାନେ ବେତନ ମଧ୍ୟ ନେବାର ହକ୍ଦାର ରହିଥିବା କୁହାଯାଇଥିଲା । ଆହୁରି ମଧ୍ୟ ସେ କହିଛନ୍ତି, ସିଭିଲ ସର୍ଭିସ ଅଧିକାରୀଙ୍କ ପାଇଁ ପଦୋନ୍ନତି ପ୍ରକ୍ରିୟାକୁ ସରଳ କରାଯିବ । ଏଥିପାଇଁ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଯାହାଦ୍ୱାରା କର୍ମଚାରୀମାନେ ପଦୋନ୍ନତି ପାଇପାରିବେ । ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତିକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଧନ୍ୟବାଦ ଜଣାଇଥିଲେ। ମହିଳାମାନଙ୍କ ଅସୁବିଧାକୁ ବୁଝି ସେମାନଙ୍କୁ ସଶକ୍ତ କରାଇବା ପାଇଁ ସିକ୍କିମ୍ ସରକାରଙ୍କ ଏପରି ପଦକ୍ଷେପ ସତରେ ପ୍ରଶଂସନୀୟ l ଅନେକ ସମୟରେ ମାତୃତ୍ୱ ପାଇବା ଅବସ୍ଥାରେ ମହିଳାମାନେ ଅସୁବଧାରା ସମ୍ମୁଖୀନ ହୋଇ ଚାକିରୀ ଛାଡି ମଧ୍ୟ ଦିଅନ୍ତି l ତେଣୁ ସରକାରଙ୍କର ଏପରି ନିଷ୍ପତି ମହିଳାମାନଙ୍କ ନିମନ୍ତେ ଖୁବ ସହାୟକ ହେବ l