ନୂଆଦିଲ୍ଲୀ: ଥରିବ ଶତ୍ରୁର ଛାତି | ପାଖ ମାଡ଼ିବାକୁ ସାହସ କରିବେନି ଚୀନ, ପାକିସ୍ଥାନ | ଆସିବ ସୁଦର୍ଶନ ଚକ୍ର | ହତିଆର ନୁହେଁ ତ ବାହୁବଳୀ | ଏ ବାହୁବଳି ସାମ୍ନାରେ ମାତ ଖାଇବ ଶତ୍ରୁର ଷଡଯନ୍ତ୍ର | ଭାରତୀୟ ବାୟୁସେନା ବା ଇଣ୍ଡିଆନ ଏଆର ଫୋର୍ସ ତାର ରକ୍ଷା କବଚ ଅର୍ଥାତ ସୁଦର୍ଶନ ଚକ୍ରର ସଫଳ ପରୀକ୍ଷଣ ଆଜି କରିଛି |
ଶତ୍ରୁ ପକ୍ଷରୁ ମାଡି ଆସୁଥିଲା ରାଫେଲ, ଶୁଖୋଇ, ମିଗ ଫାଇଟର | ଆକ୍ରମଣକୁ ଦେଖି ଆକ୍ଟିଭ ମୋଡ଼କୁ ଆସିଗଲା ସୁଦର୍ଶନ | ଦେଖାଇଲା ତାର ସଂହାର ରୂପ | ମୁହୂର୍ତ୍ତକରେ ୮୦% ଶତ୍ରୁଙ୍କୁ ନିପାତ କରିଦେଲା |ସୁଦର୍ଶନ ଚକ୍ର ଅର୍ଥାତ S -400AD | ପୃଥିବୀର ସବୁଠାରୁ ଭୟଙ୍କର ଏଆର ଡିଫେନ୍ସ ମିସାଇଲ ସିଷ୍ଟମ | ବର୍ତ୍ତମାନ ସୁଦ୍ଧା ଭାରତ ପାଖରେ ୩ଟି ସୁଦର୍ଶନ ଚକ୍ର ଥିବା ବେଳେ ଆଉ ୨ଟି ରୁଷଠାରୁ ଆଣିବ ଭାରତୀୟ ବାୟୁ ସେନା | ତେବେ ୟୁକ୍ରେନ ସହ ଯୁଦ୍ଧ ଯୋଗୁ ପଠାଇବାରେ ବିଳମ୍ବ କରୁଛି |
ଭାରତ ପାଖରେ ଥିବା ଏହି S-400 ଏଆର ଡିଫେନ୍ସ ମିସାଇଲ ସିଷ୍ଟମ ଥିବା କାରଣରୁ ସୀମାରେ ଚୀନ, ପାକିସ୍ଥାନର ଉତ୍ପାତ କମିବା | ଏହି ମିସାଇଲ ସିଷ୍ଟମର ଅପରେଟର୍ସ ଟ୍ରେନିଂ ଶେଷ ହୋଇଯାଇଛି | ଆକାଶ ମାର୍ଗରେ ଗୋଟିଏ ମୁହୂର୍ତ୍ତରେ ଶତ୍ରୁ ପକ୍ଷକୁ ଧୂଳିରେ ମିଶାଇବ ସୁଦର୍ଶନ ଚକ୍ର | ସୁଦର୍ଶନ ଚକ୍ର ଭାରତୀୟ ବାୟୁ ସେନାର ଶକ୍ତି ବଢାଇବ | ଚୀନ, ପାକିସ୍ଥାନର ଆଣବିକ ଅସ୍ତ୍ରକୁ ଆଖି ପିଛୁଳାକେ ଆକାଶରେ ହିଁ ଧ୍ବଂସ କରିଦେବା |
ଭାରତ ୨୦୧୮ ଅକ୍ଟୋବରରେ ରୁଷ ସହ ଏପରି ୫ଟି ସିଷ୍ଟମ କିଣିବା ପାଇଁ ଚି଼କ୍ତି କରିଥିଲା ଯାହାର ମୂଲ୍ୟ ପାଖାପାଖି ୫ ରବ ଡଲାର ଅର୍ଥାତ ୩୩ ହଜାର କୋଟି ଟଙ୍କା |