ଚୀନ୍ ପୁଣି ନିଜ ଔଦ୍ଧତ୍ୟ ଦେଖାଇବା ଆରମ୍ଭ କରିଛି । ଚୀନ୍ ସରକାରଙ୍କ ତରଫରୁ ଗତକାଲି ଅର୍ଥାତ ଅଗଷ୍ଟ 28 ତାରିଖ ଦିନ ଏକ ନୂତନ ମାନଚିତ୍ର ପ୍ରକାଶ କରାଯାଇଛି । ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜ ଅଞ୍ଚଳ ବୋଲି ଦାବି କରିଛି ଚୀନ । ତେବେ ଚୀନ୍ ଏଭଳି ବିସ୍ତାରବାଦୀ ନୀତି ଆପଣେଇଥିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସେ ଅରୁଣାଚଳ ପ୍ରଦେଶର 11 ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲା ।
ସୂଚନା ଅନୁସାରେ ଚୀନ ନିଜର ନୂତନ ମାନଚିତ୍ରରେ ଭାରତର କିଛି ଅଂଶ ସହିତ ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିଛି । ମାନଚିତ୍ରରେ ଚୀନ୍ ନଅ-ଡ୍ୟାସ୍ ଲାଇନରେ ନିଜର ଦାବି ଉପସ୍ଥାପନ କରିଛି । ଏହି ଉପାୟରେ ସେ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଦାବି କରିଛନ୍ତି । ତେବେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ ଏବଂ ବ୍ରୁନେଇ ମଧ୍ୟ ଦକ୍ଷିଣ ଚୀନ୍ ସାଗରକୁ ନିଜ ଅଞ୍ଚଳରେ ସାମିଲ କରିବା ପାଇଁ ଦାବି ଜାରି ରଖିଛନ୍ତି।
୧୯୬୨ ଯୁଦ୍ଧ ପରେ ଅରୁଣାଞ୍ଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡ଼ି ଆସିଥିଲା ଏବଂ ସେହି ଏରିଆକୁ ନିଜର ବୋଲି ଦାବି କରିଥିଲା । ଗତ ୫ରେ ବର୍ଷ ମଧ୍ୟ ଚୀନ ତୃତୀୟ ଥର ପାଇଁ ନିଜର ନୂଆ ମାନଚିତ୍ର ଜାରି କରିଛି । ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ଚୀନ ।