Site icon UTKAL PRATIDIN

ଚିନି କଳର ସୁରକ୍ଷା ପାଇଁ ଗଣ ଧାରଣା

23-07-04_17-14-49-030

  
କଟକ: କଟକ ଜିଲ୍ଲାର ବଡ଼ମ୍ବାରେ ପ୍ରତିଷ୍ଠିତ ଏକମାତ୍ର କୃଷିଭିତ୍ତିକ ତଥା ସମବାୟ ଚିନି କଳ ଦୀର୍ଘବର୍ଷ ଧରି ବନ୍ଦ ହେବା ପରେ ଏବେ ତାହା ବିକ୍ରୀ ହେବାକୁ ଯାଉଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଲୋକେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥାନୀୟ ବିଜେପି ନେତା ତଥା କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଆନ୍ଦୋଳନ । ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରାଙ୍କ ଜୋନ ସଭାପତି ସରୋଜ କୁମାର ବେଉରା ଓ ମହେନ୍ଦ୍ର ପଢ଼ିଆରିଙ୍କ ସହଯୋଗରେ ବଡମ୍ବା ଜନସାଧାଣଙ୍କ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦଶ୍ୟରେ ୩ ଦଫା ଦାବି ପୂରଣ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ଆନ୍ଦୋଳନରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି । ଶତାଧିକ ମହିଳା ଓ ପୁରୁଷମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆନ୍ଦୋଳନରେ ଯୋଗ ଦେଇଛନ୍ତି । ସେମାନଙ୍କର ଦାବି ପୂରଣ ନହେବା ଯାଏ ଏପରି ଭାବରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି ।

• କଟକ ଜିଲ୍ଲା ବଡମ୍ବା ସ୍ଥିତ ଚିନି କଳର ବିକ୍ରୟ ଖବରକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ।
• ଆନ୍ଦୋଳନ ପାଇଁ ଲୋକେ ଓହ୍ଲାଇଛନ୍ତି ରାଜରାସ୍ତାକୁ।
• ସ୍ଥାନୀୟ ବିଜେପି ନେତା ତଥା କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଆନ୍ଦୋଳନ
• ଶତାଧିକ ମହିଳା ଓ ପୁରୁଷମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦେଇଛନ୍ତି ଗଣଧାରଣା।

Exit mobile version