ଜଣେ ରେଳବାଇ ସୁରକ୍ଷା ବାହିନୀ (ଆରପିଏଫ) କନଷ୍ଟେବଳ ପାଲଘର ଜିଲ୍ଲା ନିକଟ ଜୟପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ଙ୍କ ସମେତ ୪ ଜଣଙ୍କୁ ଗୁଳି ଚଳାଇ ହତ୍ୟା କରିଛନ୍ତି।
କନଷ୍ଟେବଳ ତାଙ୍କ ଅଟୋମେଟିକ୍ ଅସ୍ତ୍ରରୁ ଗୁଳି ଚଳାଇ ଆରପିଏଫ୍ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏବଂ ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସର ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ସକାଳ ୫ ଟା ପରେ ହତ୍ୟା କରିଥିଲେ ବୋଲି ଅଧିକାରୀ କହିଛନ୍ତି। “ସକାଳ ପ୍ରାୟ ୬ ଟା ବେଳେ ଆମେ ଜାଣିବାକୁ ପାଇଲୁ ଯେ ଏସଆରପି ଡ୍ୟୁଟିରେ ଥିବା ଜଣେ ଆରପିଏଫ କନଷ୍ଟେବଳ ଗୁଳି ଚଳାଇ, ଚାରି ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି l ଆମର ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛନ୍ତି ବୋଲି ଡିଆରଏମ ନୀରଜ କୁମାର ସୂଚନା ଦେଇଛନ୍ତି । ପାଲଘର ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ l ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳନ୍ତା ଟ୍ରେନରେ ଚେତନ କୁମାର ଚୌଧୁରୀ(ଆରପିଏଫ) ତାଙ୍କ ଏସକର୍ଟ ଡ୍ୟୁଟି ଇନଚାର୍ଜ ଏଏସଆଇ ଟିକା ରାମ ମୀନାଙ୍କ ଉପରେ ଗୁଳି ଚଳାଇଥିଲେ। ତାଙ୍କ ବରିଷ୍ଠଙ୍କୁ ହତ୍ୟା କରିବା ପରେ କନଷ୍ଟେବଳ ଅନ୍ୟ ଏକ ବଗି ଯାଇ ତିନି ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଏହି ଘଟଣା ମୁମ୍ବାଇ ସେଣ୍ଟ୍ରାଲ ଏସଏଫ ଏକ୍ସପ୍ରେସ ଟ୍ରେନର ବି ୫ କୋଚରେ (୧୨୯୫୬) ସକାଳ ୫:୨୩ ରେ ଭାପି ଏବଂ ସୁରଟ ଷ୍ଟେସନ ମଧ୍ୟରେ ଘଟିଥିଲା। ସରକାରୀ ରେଳ ପୋଲିସ ଏବଂ ଆରପିଏଫ ଅଧିକାରୀଙ୍କ ସହାୟତାରେ କନଷ୍ଟେବଳଙ୍କୁ ମୀରା ରୋଡରେ ପୋଲିସ ଧରିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଦହିସର ଟ୍ରେନରୁ ଓହ୍ଲାଇଥିଲା, କିନ୍ତୁ ଘଟଣା ପରେ ତାଙ୍କୁ ମୁମ୍ବାଇ ରେଳ ପୋଲିସ ଭାୟନ୍ଦର ଷ୍ଟେସନରେ ଅଟକ ରଖିଥିଲା। ବର୍ତମାନ ଯାଏ ଏହି ଘଟଣାର କାରଣ ଜଣାପଡ଼ିନାହିଁ l