Site icon UTKAL PRATIDIN

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା ନୀଳନୟନାଙ୍କ ଉତ୍ତର

Aishwarya_Rai_1702652764632_1702652771880

ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ବଚ୍ଚନ ପରିବାର ବେଶ କିଛି ଦିନ ହେବ ବ୍ୟକ୍ତିଗତ ଓ ପାରବାରିକ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବଚ୍ଚନ ପରିବାର ବଲିଉଡର ପ୍ରତିଷ୍ଠିତ ପରିବାର । ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ସହ ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ନିଜ ଫିଲ୍ମ ପାଇଁ ସବୁବେଳେ ଆଲୋଚନାରେ ରହିଥାନ୍ତି । ତେବେ ଗତ କିଛି ଦିନ ହେବ ବଚ୍ଚନ ପରିବାରରେ ମତଭେଦ ନେଇ ଅନେକ ଖବର ପ୍ରକାଶ ପାଇଛି । ଏସବୁ ଭିତରେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଛାଡପତ୍ର ଖବର ଉଠିଥିବା ବେଳେ ଏହା ଗୁଜବ ନା ସତ ତାହା ବିଷୟରେ ଜାଣିବା ପାଇଁ ଫ୍ୟାନ୍ସଙ୍କର ଉତ୍କଣ୍ଠା ମଧ୍ୟ ବଢିଛି ।

ଚର୍ଚ୍ଚା ହେଉଛି ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ବିବାଦ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଚର୍ଚ୍ଚା ଚାଲିଥିବା ବେଳେ ଏ ନେଇ ମୁହଁ ଖୋଲିଛନ୍ତି ବଚ୍ଚନ ବୋହୂ । ଭାରତ ଫେରିବା ପରେ ସେ ପାପାରାଜିଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ ଏମିତି କିଛି କହିଛନ୍ତି ଯାହା ଶୁଣିବା ପାଇଁ ଫ୍ୟାନ୍ସ ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିଲେ । ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ନେବାକୁ ଯାଉଛନ୍ତି । ଏବେ ଐଶ୍ୱର୍ଯ୍ୟା ଭାରତକୁ ଫେରିବା ପରେ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି? ଉଭୟଙ୍କ ମଧ୍ୟରେ ଅସନ୍ତୋଷ ଅଛି କି? ନା ଏହି ଖବର କେବଳ ଗୁଜବ? ପ୍ରଶଂସକମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଅପେକ୍ଷା କରିଥିଲେ ।

ଐଶ୍ୱର୍ଯ୍ୟା ୧୫ ଦିନ ପରେ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଭାରତ ଫେରିଥିଲେ। ସେ କାରରେ ବସି ନିଜ ଝିଅ ସହିତ ହସୁଥିବା ନଜର ଆସିଥିଲେ। ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବହୁତ ଖୁସିରେ ଥିଲେ । ଏହି ସମୟରେ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ ମ୍ୟାଡାମ୍, କେମିତି ଅଛନ୍ତି ? ଏହାର ଉତ୍ତରରେ ଐଶ୍ବର୍ଯ୍ୟା ହସି ହସି କହିଥିଲେ, ସବୁକିଛି ଠିକ ଅଛି, ଧନ୍ୟବାଦ। ସବୁକିଛି ଠିକ୍ ଅଛି ବୋଲି ଶୁଣିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ଛାଡପତ୍ର କେବଳ ଗୁଜବ। ଅଭିନେତ୍ରୀଙ୍କ ଆଚରଣ ଲୋକଙ୍କ ହୃଦୟ ଜିତିଥିଲା। କାରରେ ବସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ନୀଳନୟନା । ତେବେ କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଅଲଗା ଅଲଗା ଭାବରେ ପହଞ୍ଚିଥିଲେ। ପରେ ବଚ୍ଚନ ପରିବାରରେ ମତଭେଦ ଶୁଣିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଆମେରିକା ଯିବା ପରେ ଅଭିଷେକ ବଚ୍ଚନ X ରେ ଛାଡପତ୍ର ପୋଷ୍ଟକୁ ଲାଇକ୍ କରିଥିଲେ। ଯାହା ଆଲୋଚନାକୁ ଆହୁରି ଅଧିକ ବଢାଇଥିଲା ।

Exit mobile version