ଘାଟିରେ ମୁହାଁମୁହିଁ ହେଲେ ଲୁହା ପଥର ବୋଝେଇ ଟ୍ରକ୍ ଓ ଯାତ୍ରୀବାହୀ ବସ୍। ସୌଭାଗ୍ୟରା କଥା ଏହିକି ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ। ଆଜି ପୂର୍ବାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ବାସୁଦେବ ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ଧରି ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାତ୍ରା କରୁଥିଲା । ବସ୍ଟି ବାଙ୍ଗିରିପୋଷି ଘାଟିରେ ଯାଉଥିବା ବେଳେ ସମ୍ମୁଖରୁ ବ୍ରେକ୍ ଫେଲ୍ ହୋଇ ଏକ ଲୁହା ପଥର ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଜୀବନ ବିକଳରେ ଡ୍ରାଇଭର ବ୍ରେକ ମାରି ବସ୍କୁ ଅଟକାଇ ଦେଇଥିଲେ। ଯାହାଫଳରେ ବସ୍ଟି ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ତେବେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଦୁର୍ଘଟାଣା ଘଟାଇଥିବା ଲୁହା ପଥର ବୋଝେଇ ଟ୍ରକ୍ଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ସେପଟରେ ବସ୍କୁ ଧକ୍କା ଦେବା ପରେ ଟ୍ରକ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଯେଉଁଥିପାଇଁ କିଛି ସମୟ ଧରି ରାସ୍ତା ଜାମ୍ ହୋଇଯାଇଥିଲା। ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ସ୍ଥାନୀୟ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଟ୍ରକ୍କୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।
ଘାଟିରେ ମୁହାଁମୁହିଁ ବସ ଓ ଟ୍ରକ

