ନୂଆଦିଲ୍ଲୀ: ବିହାର ର କଟିହାର ଜିଲ୍ଲାରେ ବିଦ୍ୟୁତକୁ ନେଇ ପ୍ରଦର୍ଶନ କରୁଥିବା ଗ୍ରାମବାସୀମାନଙ୍କ ସହ ପୋଲିସର ସଂଘର୍ଷ ହୋଇଥିଲା । ଏହି ଘଟଣାରେ କ୍ରୋଧିତ ଲୋକମାନେ ବିଦ୍ୟୁତ୍ କାର୍ଯ୍ୟାଳୟରେ ପ୍ରବେଶ କରି ପଥର ଫିଙ୍ଗିବା ଆରମ୍ଭ କରିଥିଲେ ଯାହାଫଳରେ ସେହି ସମୟରେ ପୋଲିସ ପ୍ରଶାସନ ଦ୍ୱାରା ଲୋକଙ୍କୁ ଘଉଡାଯାଇଥିଲା । ଲୋକମାନେ କ୍ରୋଧ ରେ ପଥର ଫିଙ୍ଗିଥିଲେ । ଏହାରି ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗୁଳି ଚଳନା କରିଥିଲା ଯାହା ଫଳରେ ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । କଟିହାର ଜିଲ୍ଲାର ଏସପି ଏହା ସୂଚନା ଦେଇଛନ୍ତି ଯେ, ଗୁଳି ବିନିମୟରେ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ସବ-ଡିଭିଜନାଲ ହସ୍ପିଟାଲ ବାରସୋଇରେ ଭର୍ତ୍ତି କରାଯାଇଛି । ଏହାରି ମଧ୍ୟରେ ଡିଏମ ଏବଂ ଏସପି ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି । ଏହାରି ମଧ୍ୟରେ କଟିହାରରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଗୁଳିଚାଳନାକୁ ନେଇ ବିରୋଧୀ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା କହିଛନ୍ତି ଯେ, ସେ ଏଭଳି ଘଟଣାକୁ ନିନ୍ଦା କରିବା ଉଚିତ । ଏହି ଘଟଣାର ନ୍ୟାୟିକ ତଦନ୍ତ ହେବା ନିହାତି ଦରକାର । ସେ କହିଛନ୍ତି ଯେ, ବିହାରରେ ଅରାଜକତାର ବାତାବରଣ ରହିଛି । ନିଜର ହକ୍ ପାଇଁ ଲଢ଼ୁଥିବା ଲୋକଙ୍କ ଉପରେ ବିହାର ସରକାର ଲାଠି ଚାର୍ଜ କରୁଛନ୍ତି ତ’ ଆଉ କାହାକୁ ଗୁଳି ମାରି ହତ୍ୟା କରୁଛନ୍ତି । ଗତ କିଛି ଦିନ ମଧ୍ୟରେ ଲଗାତାର ଲୋକମାନେ ନିଜ ଜୀବନ ହରାଉଛନ୍ତି । ସେ କହିଛନ୍ତି ଯେ, ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ ।