Site icon UTKAL PRATIDIN

ଗୁଜୁରାଟ ର କନଷ୍ଟେବଲ୍‌ ଏବେ ଚର୍ଚ୍ଚାରେ

photo1689149247


 
ଗାନ୍ଧିନଗର: ଗୁଜୁରାଟର ଜଣେ ମହିଳା କନଷ୍ଟେବଲ୍‌ ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଗୁଜୁରାଟ ହାଇକୋର୍ଟର ପିଓନ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ମହିଳାଙ୍କ ୬ ମାସର ଶିଶୁକୁ ସମ୍ଭାଳିଥିବାରୁ କନ୍‌ଷ୍ଟେବଲ୍‌ଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସା କରାଯାଉଛି। ଅହମ୍ମଦାବାଦ ପୁଲିସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ କନ୍‌ଷ୍ଟେବଲ୍‌ ଜଣକ ଶିଶୁକୁ ସମ୍ଭାଳୁଥିବାର କିଛି ଫଟୋ ସେୟାର୍‌ କରାଯାଇଛି। ଶିଶୁଟିର ମାଆ କିପରି ଭଲରେ ପରୀକ୍ଷା ଦେଇପାରିବେ ତାହା ଚିନ୍ତା କରି କନ୍‌ଷ୍ଟେବଲ୍‌ ଜଣକ ପୁରା ପରୀକ୍ଷା ସମୟ ଶିଶୁଟିକୁ କାଖରେ ଧରି ତା’ ସହ ଖେଳିଥିଲେ। ମହିଳା ଜଣକ ପରୀକ୍ଷା ସେଣ୍ଟର୍ ରେ ପହଞ୍ଚିଯାଇଥିଲେ ସାତ ହେଲେ ଶିଶୁଟିକୁ କିପରି ସମ୍ଭାଳି ପରୀକ୍ଷା ଦେବେ ତାହା ନେଇ ଖୁବ୍ ଚିନ୍ତିତ ଥିଲେ। ଏପଟେ ପରୀକ୍ଷା ସମୟ ହୋଇଯାଉଥିବା ବେଳେ ଶିଶୁଟି ଆହୁରି ଜୋରେ ଜୋରେ କାନ୍ଦିବାକୁ ଲାଗିଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳା କନଷ୍ଟେବଲ୍‌ ଜଣକ ଆଗକୁ ଆସି ଶିଶୁଟିକୁ ସମ୍ଭାଳିବା ପାଇଁ ହାତ ବଢ଼ାଇଥିଲେ। ଯାହା ଦ୍ବାରା ମାଆ କୌଣସି ଅସୁବିଧା ସମ୍ମୁଖୀନ ନହୋଇ ପରୀକ୍ଷା ଦେଇଥିଲେ। ଶିଶୁଟିକୁ ସମ୍ଭାଳୁଥିବା ସମୟର ଫଟୋଗୁଡ଼ିକ ଧୀରେ ଧୀରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ‌ପରେ କନଷ୍ଟେବଳଙ୍କୁ ତାଙ୍କର ମଣିଷପଣିଆ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତାଙ୍କୁ ପ୍ରଶଂସା କରି ଅନେକ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଅନେକ ପ୍ରକାର ତଥ୍ୟ ଦେଇଛନ୍ତି। କିଏ କହିଛନ୍ତି ଆମେ ତୁମ ପାଇଁ ଗର୍ବିତ ତ କିଏ କହିଛନ୍ତି ଏ ହିଁ ପ୍ରକୃତ ପୋଲିସ୍ ଅଫିସର୍ ର କର୍ତ୍ତବ୍ୟ। ଏବେ ଧିରେ ଧିରେ ମହିଳା କନଷ୍ଟେବଲ୍‌ ଜଣକ ଭାଇରାଲ୍ ହେବା ସହ ଏମିତି ଶହ ଶହ ଲୋକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।

Exit mobile version